ବରଗଡ଼ରେ ବନ୍ଧୁକ କାରବାର: ପୁଲିସ୍‌ କବ୍‌ଜାରେ ବନ୍ଧୁକ ଯୋଗାଣକାରୀ

Advertisment

ବରଗଡ଼ରେ ଚାଲିଥିଲା ବେଆଇନ ବନ୍ଧୁକ କାରବାର। କେତେକ ବିହାରୀ ଯୁବକ ଏଠାରେ କାରବାର ଚଳାଇଥିବା ସମୟରେ ପୁଲିସ ହାତରେ ଧରାପଡ଼ିଥିଲେ ୫ ଜଣ। ସେମାନଙ୍କଠାରୁ  ୫ଟି ବନ୍ଧୁକ ଜବତ ହୋଇଥିବା ବେଳେ କେଉଁଠୁ ବନ୍ଧୁକ ଆସୁଥିଲା...

ବରଗଡ଼ରେ ଚାଲିଥିଲା ବେଆଇନ ବନ୍ଧୁକ କାରବାର। କେତେକ ବିହାରୀ ଯୁବକ ଏଠାରେ କାରବାର ଚଳାଇଥିବା ସମୟରେ ପୁଲିସ ହାତରେ ଧରାପଡ଼ିଥିଲେ ୫ ଜଣ। ସେମାନଙ୍କଠାରୁ  ୫ଟି ବନ୍ଧୁକ ଜବତ ହୋଇଥିବା ବେଳେ କେଉଁଠୁ ବନ୍ଧୁକ ଆସୁଥିଲା...

ବନ୍ଧୁକ ଦେଖାଇ ଲୁଟି ନେଲେ ନଗଦ ଟଙ୍କା ସହ ୧୦ ଲକ୍ଷ ଟଙ୍କାର ଅଳଙ୍କାର

ବରଗଡ଼: ବରଗଡ଼ରେ ଚାଲିଥିଲା ବେଆଇନ ବନ୍ଧୁକ କାରବାର। କେତେକ ବିହାରୀ ଯୁବକ ଏଠାରେ କାରବାର ଚଳାଇଥିବା ସମୟରେ ପୁଲିସ ହାତରେ ଧରାପଡ଼ିଥିଲେ ୫ ଜଣ। ସେମାନଙ୍କଠାରୁ  ୫ଟି ବନ୍ଧୁକ ଜବତ ହୋଇଥିବା ବେଳେ କେଉଁଠୁ ବନ୍ଧୁକ ଆସୁଥିଲା ତାହାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ଏ ଭିତରେ ବିହାରରୁ ଏଠାକୁ ବନ୍ଧୁକ ଯୋଗାଣ କରୁଥିବା ଜଣେ ବ୍ୟକ୍ତିକୁ ପୁଲିସ କାବୁ କରିଥିବା ସୂଚନା ମିଳିଛି।

ବିହାର ଯାଇଥିବା ଟିମ୍‌କୁ ସଫଳତା

ସୂଚନା ଅନୁସାରେ, ଗତ ତିନି ଦିନ ହେଲା ବରଗଡ଼ ଟାଉନ ଥାନା ପୁଲିସର ଏକ ୫ ଜଣିଆ ଟିମ୍‌ ବିହାର ସମସ୍ତିପୁର ଜିଲ୍ଲାରେ ଡେରା ପକାଇଛି। ସେଠିକାର ପ୍ରଶାସନ ସହାୟତା ନେଇ ତଦନ୍ତ ଜାରି ରଖିଛି। ଉକ୍ତ ଟିମ୍‌କୁ ଯୋଗାଣକାରୀର ଠିକଣା ମିଳିବା ପରେ ତାକୁ ଗିରଫ କରିଥିବା ସୂଚନା ମିଳିଛି। ଟାଉନ ଥାନା ପୁଲିସ ତଦନ୍ତ ଚାଲୁରହିଥିବାରୁ ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ଏହି ମାମଲାରେ ପୁଲିସ ଆଉ ଦୁଇ ଜଣକୁ କାବୁ କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଜିଲ୍ଲାରେ କିଏ କିଏ ଏମାନଙ୍କଠାରୁ ବନ୍ଧୁକ କିଣିଛନ୍ତି ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଛି। ଅଧିକ ତଦନ୍ତ ପାଇଁ ପୁଲିସ କୋର୍ଟଚାଲାଣ କରିଥିବା ୫ ଜଣଙ୍କ ଭିତରୁ କେତେ ଜଣଙ୍କୁ ରିମାଣ୍ଡରେ ଆଣିବାକୁ ମଧ୍ୟ ଯୋଜନା କରୁଛି। ଏ ଭିତରେ ବିହାର ଯାଇଥିବା ଟିମ୍‌ ବରଗଡ଼ ଫେରିବା ପରେ କିଭଳି ବନ୍ଧୁକ କାରବାର ହେଉଥିଲା? କିଭଳି ଅପରାଧୀମାନେ ଏ କାରବାରକୁ ବରଗଡ଼ରେ ରହି ପରିଚାଳନା କରୁଥିଲେ? ଏସବୁରୁ ରହସ୍ୟ ଉନ୍ମୋଚନ ହେବ।

ଘର ବିହାର, ଠିକଣା ବରଗଡ଼
ବରଗଡ଼ରେ ରହି ଗୁପଚୁପ ବେପାର କରୁଥିଲେ। ଲୋକଙ୍କୁ ଏଠିକାର ବାସିନ୍ଦା ହୋଇଗଲୁଣି କହି ଘରଭଡ଼ା ନେଇ ରହୁଥିଲେ। ଏଥିପାଇଁ ନିଜ ଆଧାରକାର୍ଡରେ ଠିକଣା ବି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନର ବଦଳାଯାଇଥିଲା। ପୁଲିସ ତଦନ୍ତରେ ଏଭଳି କିଛି ସୂଚନା ପାଇଛି। ବିହାର ରାଜ୍ୟ ସହ ଲିଙ୍କ୍‌ ରଖିଥିବା ଏ ବନ୍ଧୁକ ବେପାରୀମାନେ ସେଠାରୁ ବନ୍ଧୁକ ଆଣି ଏଠି ବହୁ ଦିନରୁ କାରବାର କରୁଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଛି।

ବନ୍ଧୁକ ପଠାଉଥିଲା ମହମ୍ମଦ ଅକ୍‌ରମ
ବିହାରରୁ ବରଗଡ଼କୁ ଆସୁଥିଲା ବନ୍ଧୁକ। ଆଉ ଏହି ବନ୍ଧୁକ ମହମ୍ମଦ ଅକରମ ନାମକ ଜଣେ ବ୍ୟକ୍ତି ବିହାରରୁ ପଠାଉଥିଲା। ବରଗଡ଼ରେ କିଛି ବିହାରୀ ଯୁବକ ରହି ଏ ଅଞ୍ଚଳର ଅପରାଧୀମାନଙ୍କୁ ତାହା ବିକ୍ରି କରୁଥିଲେ। ଏବେ ବରଗଡ଼ ପୁଲିସ ଟିମ ବିହାରକୁ ଯାଇ ମୁଖ୍ୟ କାର୍ପଟଦାର ମହମ୍ମଦ ଅକରମକୁ ଗିରଫ କରିଛି ବୋଲି ଏସ୍‌ପି ପ୍ରହଲ୍ଲାଦ ସାହାଇ ମୀନା ସୂଚନା ଦେଇଛନ୍ତି। ମହମ୍ମଦ ଅକରମକୁ ବରଗଡ଼ ଅଣାଯିବା ପରେ ତା’ ପାଖରୁ ପୁଲିସ ଅଧିକ ସୂଚନା ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe