ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୂତଶୋଧ

Advertisment
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ମାଗଣାରେ ବୁଲିପାରିବେ

ପୁରୀ : ରଥଯାତ୍ରା ପୂର୍ବରୁ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଭୂତଶୋଧ ନୀତି ଅନୁଷ୍ଠିତ ହୋଇଛି। ଗୌଡ଼ୀୟ ବୈଷ୍ଣବମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହୁଥିବା ଭୂତଙ୍କୁ ଘଉଡ଼ାଇବା ପାଇଁ ମନ୍ଦିର ଆଗରେ ଏହି ଭୂତଶୋଧ ନୀତି ସଂପାଦନ କରିଛନ୍ତି। ପରମ୍ପରା ଅନୁଯାୟୀ, ବୈଷ୍ଣବମାନେ ଶ୍ରୀଚୈତନ୍ୟ ଅବସ୍ଥାନ କରୁଥିବା ବାଲିସାହିସ୍ଥିତ ରାଧାକାନ୍ତ ମଠରୁ ଶୋଭାଯାତ୍ରାରେ ଆସି ଝାଞ୍ଜପିଟା ମଠରେ ପହଞ୍ଚିଥାନ୍ତି। ପଶ୍ଚିମବଙ୍ଗର ନଦିଆ ନବଦ୍ୱୀପରୁ ଆସିଥିବା ଏହି ଗୌଡୀୟ ବୈଷ୍ଣବମାନେ ସେମାନଙ୍କୁ ସ୍ୱାଗତ କରିବା ସହ ଶୋଭାଯାତ୍ରାରେ ସାମିଲ୍ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥାନ୍ତି। ପରେ ସେଠାରେ ଶ୍ରୀଗୁଣ୍ଡିଚା ମନ୍ଦିର ମାର୍ଜନା ନୀତି ସଂପନ୍ନ ହୋଇଥାଏ।

ଜନଶ୍ରୁତି ରହିଛି, ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ପରିତ୍ୟକ୍ତ ଅବସ୍ଥାରେ ରହୁଥିଲା। କେବଳ ରଥଯାତ୍ରା ସମୟରେ ଏଠାରେ ଗହଳିଚହଳି ଲାଗେ। ଏଣୁ ଏଠାରେ ଭୂତ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପୂର୍ବରୁ ଏହି ଭୂତମାନଙ୍କୁ ଘଉଡ଼ାଇବା ପାଇଁ ବୈଷ୍ଣବମାନଙ୍କ ଦ୍ୱାରା ଭୂତଶୋଧ ନୀତି ତଥା ମାର୍ଜନା କାର୍ଯ୍ୟ କରାଯାଇଥାଏ। ଗୌଡୀୟ ବୈଷ୍ଣବ ଧର୍ମର ମହିଳା, ପୁରୁଷ ଏକାଠି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଗ ପାଣି ପକାଇ, ଝାଡ଼ୁ ମାରି ସଫା କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe