ଓଡିଶା ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ଓଡିଶା ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ: ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ରାଇଘର: ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ବଡ଼ ସଫଳତା ମିଳିଛି। ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲରେ ମିଳିତ ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି।

ମିଳିତ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ମିଳିତ ବାହିନୀର ଏନ୍‌କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

ଏହି ଏନ୍‌କାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe