ରାଉରକେଲା/ବିଶ୍ରା: ସରଣ୍ଡା ଜଙ୍ଗଲରୁ ନକ୍ସଲଙ୍କୁ ମୂଳପୋଛ କରିବା ଲାଗି ତଲାସି ଅଭିଯାନକୁ ଜୋରଦାର କରାଯାଇଥିବାବେଳେ ଗୁଳି ବିନିମୟ ଜାରି ରହିଛି। ଗତକାଲି ଯବାନମାନଙ୍କ ଏନ୍କାଉଣ୍ଟରରେ ୧୫ ନକ୍ସଲ ନିହତ ହୋଇଥିଲେ। ଆଜି ସରଣ୍ଡା ଜଙ୍ଗଲରୁ ଅନ୍ୟ ଦୁଇ ନକ୍ସଲଙ୍କ ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଛି। ଘଟଣାସ୍ଥଳରୁ ବିପୁଳ ମାରଣାସ୍ତ୍ର, ଅତ୍ୟାଧୁନିକ ଇନ୍ସାସ୍ ରାଇଫଲ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
Accident: ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
ଆସନ୍ତକାଲି (ଶନିବାର) ଝାଡ଼ଖଣ୍ଡ ପୁଲିସ ମୁଖ୍ୟାଳୟରେ ନିହତ ନକ୍ସଲ ଓ କେତେ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି, ତା’ର ବିସ୍ତୃତ ସୂଚନା ଦିଆଯିବ। ଘଞ୍ଚ ଜଙ୍ଗଲ ମଧ୍ୟରେ ନକ୍ସଲଙ୍କୁ ଖୋଜିବାକୁ ହେଲିକପ୍ଟର ଓ ଡ୍ରୋନ୍ ବ୍ୟବହାର କରାଯାଇଛି। ଆକାଶମାର୍ଗରୁ ଜଙ୍ଗଲ ଭିତରେ ନକ୍ସଲଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପ୍ରାଥମିକ ତଦନ୍ତରୁ ସରଣ୍ଡା ଜଙ୍ଗଲରେ ଦୁର୍ଦ୍ଦାନ୍ତ ମାଓନେତା ମଛୁ ସମେତ ୬୦ ପାଖାପାଖି ନକ୍ସଲ ଲୁଚି ରହିଥିବା ଜଣାପଡ଼ିଛି। ହେଲିକପ୍ଟର ଓ ଡ୍ରୋନ୍ ସହାୟତାରେ ସେସବୁ ସ୍ଥାନକୁ ଆକାଶମାର୍ଗରୁ ଚିହ୍ନଟ କରିବା ପରେ ସେଠାରେ ସର୍ଚ୍ଚ ଅପରେସନ୍କୁ ଆହୁରି ଜୋରଦାର କରାଯିବ ବୋଲି ସିଆର୍ପିଏଫ୍ ଆଇଜି ସାକେତ କୁମାର ସି କହିଛନ୍ତି। ନକ୍ସଲଙ୍କୁ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଲାଭ ନେବାକୁ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ଆହ୍ବାନ କରାଯାଇଛି।
Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ
ନିହତ ହେଲେଣି ୧୭ ନକ୍ସଲ
ହେଲିକପ୍ଟର ଓ ଡ୍ରୋନ୍ରେ ତଲାସି ଅଭିଯାନ
ଆହୁରି ୫୦ରୁ ୬୦ ନକ୍ସଲ ଥିବା ସୂଚନା
ଓଡ଼ିଶା ସୀମାରେ କଡ଼ା ସୁରକ୍ଷା
ଏହା ପୂର୍ବରୁ ଗତ ଜାନୁଆରି ୧୭ ଓ ୧୮ ତାରିଖ ଏନ୍କାଉଣ୍ଟରରେ ୬ ନକ୍ସଲ ନିହତ ହୋଇଥିଲେ। ନିହତ ନକ୍ସଲମାନଙ୍କ ମୁଣ୍ଡ ଉପରେ ସରକାର ୨୭ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଦୁଇଟି ଏକେ-୪୭, ଗୋଟିଏ ଇନ୍ସାସ୍ ରାଇଫଲ୍, ଦୁଇଟି ୩୦୩ ରାଇଫଲ୍, ଗୋଟିଏ ବିଜିଏଲ୍ ଲଞ୍ଚର ଜବତ ହୋଇଥିଲା। ଏରିଆ କମାଣ୍ଡର ଅନଲ୍ଦାର ମୃତ୍ୟୁ ପରେ ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଛି। ଝାଡ଼ଖଣ୍ଡ ପଟୁ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯିବା ପରେ ନକ୍ସଲମାନେ ଓଡ଼ିଶା ସୀମାନ୍ତ ଜଙ୍ଗଲକୁ ଚାଲିଆସିବାର ଆଶଙ୍କା ଥିବାରୁ କେନ୍ଦୁଝର ଓ ସୁନ୍ଦରଗଡ଼ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ପଶ୍ଚିିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି, ବଡବିଲଠୁ ଆରମ୍ଭ କରି ସୁନ୍ଦରଗଡ଼ ବିଶ୍ରା ପର୍ଯ୍ୟନ୍ତ ସୀମାନ୍ତ ସରଣ୍ଡା ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଛି। ସିଆର୍ପିଏଫ୍, ଡିଭିଏଫ୍, ସ୍ଥାନୀୟ ପୁଲିସ ମିଳିତ ଭାବେ କମ୍ବିଂ ଚଳାଇଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଯବାନ ଓ ପୁଲିସ ସଂଖ୍ୟା ବଢ଼ାଯାଉଛି। ନକ୍ସଲମାନଙ୍କ ସମ୍ଭାବ୍ୟ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।
Follow Us