ଗୁଣିଗାରେଡ଼ି ସନ୍ଦେହରେ ବନ୍ଧା ହୋଇ ରହିଛନ୍ତି ଯୁବକ, ଅର୍ଥ ଅଭାବରୁ ଚିକିତ୍ସାରେ ବାଧକ

Advertisment
ନରବଳି ଉଦ୍ୟମ ପଣ୍ଡ କଲା ତାମିଲନାଡ଼ୁ ପୁଲିସ

ଦଶପଲ୍ଲା: ଗ୍ରାମାଞ୍ଚଳରେ ଆଜି ବି ଲୋକଙ୍କ ମନରେ ବିଶ୍ବାସ ଜନ୍ମେଇଛି ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅନେକ ଅପରାଧମୂଳକ କାର୍ଯ୍ୟ ଘଟି ଚାଲିଛି। ହେଲେ ଏହା ମଧ୍ୟରେ ଗୁଣିଗାରେଡ଼ିର ବଶବର୍ତ୍ତୀ ହୋଇ ନିଜ ପୁଅକୁ ଶିକୁଳିରେ ବାନ୍ଧି ରଖିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ କୁଜାମେଣ୍ଢି ପଞ୍ଚାୟତ ରୂପାଝରୀ ଗ୍ରାମରେ।

ସୂଚନା ଅନୁଯାୟୀ, ଗ୍ରାମର କାର୍ତ୍ତୀକ କହଁରଙ୍କ ପୁଅ ପ୍ରତାପ କହଁର(୨୨) ୪ ମାସ ତଳେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ପରିବାର ଲୋକ ଚିକିତ୍ସା କରିବା ସହ ଗ୍ରାମାଞ୍ଚଳ ପଦ୍ଧତିକୁ ଆପଣାଇଥିଲେ। ତାଙ୍କୁ ଗୁଣି ହୋଇଥିବା କୁହାଯାଇଥିଲା। ଯାହାକୁ ନେଇ କିଛି ସ୍ଥାନରେ ଝଡ଼ାଫୁଙ୍କା କରିଥିବା ବେଳେ କୌଣସି ସୁଫଳ ମିଳି ନଥିଲା।

ଏପଟେ ପ୍ରତାପ ଗ୍ରାମରେ ବିଭିନ୍ନ ଲୋକଙ୍କୁ ମାରଧର କରିବା ସହ ବିଭିନ୍ନ ଛେଳିକୁ ମଧ୍ୟ ମାରି ପକାଏ। ଫଳରେ ଅଧିକ ଚିକିତ୍ସା କରିବା ପାଇଁ ପରିବାର ଲୋକଙ୍କ ଆର୍ଥୀକ ସମ୍ବଳ ନଥିବା ହେତୁ ଗୁଣିଗାରେଡ଼ିକୁ ଆପଣାଇ ପୁଅକୁ ଦୀର୍ଘ ୪ ମାସ ହେଲା ଏକ ଲୁହା ଶିକୁଳିରେ ବନ୍ଧଖମଣସ୍ଥିତ ସମ୍ପର୍କୀୟଙ୍କ ଘରେ ବନ୍ଧା ହୋଇ ରଖାଯାଇଛି। ରୋଜଗାର କରିବା ବୟସରେ ପୁଅର ଏଭଳି ଅବସ୍ଥାକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଯଦି ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳନ୍ତା ତେବେ ପୁଅର ଚିକିତ୍ସା ହୋଇପାରନ୍ତା ବୋଲି ପରିବାର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe