ଘୁ.ଉଦୟଗିରି: ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ବାଲିଗାଡ଼ା ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁଞ୍ଜିବାଡ଼ି ଠାରୁ ବାଲିଗାଡ଼ା ଗାଁ’କୁ କିଛିବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ପକ୍କା ସଡ଼କ ନିର୍ମାଣ ହୋଇଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ସହ ୫ବର୍ଷିଆ ମରାମତି ଓ ରକ୍ଷଣାବେକ୍ଷଣ ଚୁକ୍ତି ପୂରଣ ନକରିବାରୁ ଏହି ରାସ୍ତାଟି ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଗତବର୍ଷ କେବଳ ଲୋକ ଦେଖାଣିଆ ଭାବେ ଏହାକୁ ମରାମତି କରା ଯାଇଥିବା ବେଳେ ରାସ୍ତାର ଅବସ୍ଥା ସୁଧାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।
ଗୁଞ୍ଜିବାଡ଼ି-ବାଲିଗାଡ଼ା ରାସ୍ତା ଅବସ୍ଥା ଶୋଚନୀୟ
Advertisment
Follow Us