ମହାପ୍ରଭୁଙ୍କ ନବଦିନାତ୍ମକ ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ

Advertisment

ରଥାକୃତି ବିମାନରେ ‌ଗଲେ, ପାଲିଙ୍କିରେ ଫେରିଲେ

ରଥାକୃତି ବିମାନରେ ‌ଗଲେ, ପାଲିଙ୍କିରେ ଫେରିଲେ

ମହାପ୍ରଭୁଙ୍କ ନବଦିନାତ୍ମକ ଗୁପ୍ତ ଗୁଣ୍ଡିଚା ଯାତ୍ରା ଆରମ୍ଭ

ପୁରୀ : ପବିତ୍ର ଦଶହରା ଉପଲକ୍ଷେ ଚାଲିଥିବା ଷୋଳପୂଜାର ଗୁରୁବାରଠାରୁ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ଏଥିସହ ଆଜି ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଗୁପ୍ତ ଗୁଣ୍ଡିଚା ଯାତ୍ରା ବି ଆରମ୍ଭ ହୋଇଛି। ପୂର୍ବରୁ ଦୁର୍ଗା-ମାଧବ ଏକାଠି ରୁନ୍ଧା ହେଲା ପରେ ମୂଳାଷ୍ଟମୀଠାରୁ ମା’ ବିମଳାଙ୍କ ମନ୍ଦିର ଯାତ୍ରା କରୁଥିଲେ। ଆଜିଠାରୁ ନବରାତ୍ରୀ ପୂଜା ସହ ଦୁର୍ଗା-ମାଧବଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି। ଦୁର୍ଗା-ମାଧବ ରଥାକୃତି ବିମାନରେ ଦୋଳମଣ୍ଡପସାହିସ୍ଥିତ ଶ୍ରୀ ନାରାୟଣୀଙ୍କ ମନ୍ଦିରକୁ ଯାତ୍ରା କରିବା ସହ ପୂଜାର୍ଚ୍ଚନା ପରେ ପାଲିଙ୍କିରେ ଶ୍ରୀମନ୍ଦିର ଫେରିଛନ୍ତି।

ଗୁରୁବାରଠାରୁ ଆଶ୍ବିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ, ୯ ଦିନ ଧରି ଦୁର୍ଗା-ମାଧବ ଗୁପ୍ତ ଗୁଣ୍ଡିଚା ଯାତ୍ରା କରିବେ। ପରମ୍ପରା ଅନୁଯାୟୀ, ଦୁର୍ଗା-ମାଧବ ଆଜି ରଥରେ ବିଜେ କରି ଦୋଳମଣ୍ଡପସାହିସ୍ଥିତ ଶ୍ରୀନାରାୟଣୀଙ୍କ ମନ୍ଦିରରେ ପହଞ୍ଚିବା ପରେ ସେଠାରେ କର୍ପୁର ଜଳଲାଗି, ଶୀତଳ ଭୋଗ ଓ ବନ୍ଦାପନା ଆଦି ନୀତ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରେ ଠାକୁରମାନଙ୍କର ଚନ୍ଦନଲାଗି ନୀତି ବଢ଼ିବା ପରେ ଦୁର୍ଗା-ମାଧବ ପାଲିଙ୍କିରେ ବସି ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ। ଆଜି ଭଳି ନଅ ଦିନ ମହାପ୍ରଭୁଙ୍କ ଏଭଳି ଗୁପ୍ତ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ବିଶ୍ବାସ ରହିଛି, ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ଯାଇଥିବାରୁ ସେ ମାନ କରିଥିଲେ। ରସଗୋଲା ଦେଇ ମହାପ୍ରଭୁ ତାଙ୍କ ମାନଭଞ୍ଜନ କରିଥିଲେ। କିନ୍ତୁ ଏହି ଆଶ୍ବିନ ମାସରେ ଦୁର୍ଗା ରୂପରେ ମହାଲକ୍ଷ୍ମୀଙ୍କୁ ଧରି ସ୍ବୟଂ ମହାପ୍ରଭୁ ମାଧବ ରୂପରେ ତାଙ୍କ ସହିତ ନବଦିନାତ୍ମକ ଯାତ୍ରା କରିଥାନ୍ତି। ଗୁପ୍ତରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ସମୟରେ ଏକତ୍ର ଦୁର୍ଗା-ମାଧବକଙ୍କୁ ଦର୍ଶନ କଲେ ଭକ୍ତମାନଙ୍କର ସମସ୍ତ ଦୁଃଖ ଦୂରୀଭୂତ ହୋଇଥାଏ ବୋଲି ବିଶ୍ବାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe