ଶ୍ରାବଣ ନ ସରିବା ଯାଏଁ ଖୋଲିବନି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର

Advertisment

ଆସନ୍ତାକାଲି ଠାରୁ କୋରାପୁଟ ଜିଲ୍ଲାରେ ଖୋଲିବ ଧାର୍ମିକ ଅନୁଷ୍ଠାନ

ଆସନ୍ତାକାଲି ଠାରୁ କୋରାପୁଟ ଜିଲ୍ଲାରେ ଖୋଲିବ ଧାର୍ମିକ ଅନୁଷ୍ଠାନ

ଶ୍ରାବଣ ନ ସରିବା ଯାଏଁ ଖୋଲିବନି ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର

ଜୟପୁର: ଆସନ୍ତାକାଲି ଠାରୁ କୋରାପୁଟ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଯଥା ମନ୍ଦିର, ମସଜିଦ୍‌, ଚର୍ଚ୍ଚ ଆଦି କୋଭିଡ୍‌ କଟକଣା ମଧ୍ୟରେ ଖୋଲିବ। ତେବେ ଆସନ୍ତା ଶ୍ରାବଣ ମାସ ଶେଷ ହେବା ଯାଏଁ କୋରାପୁଟ ଜିଲ୍ଲାର ପବିତ୍ର ଓ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଖୋଲିବ ନାହିଁ ବୋଲି ଜିଲ୍ଲାପାଳ ଏକ ନିର୍ଦେଶନାମା ଜାରି କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଜୟପୁର ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ।

ଏବର୍ଷ ଶ୍ରାବଣରେ ଶୈବପୀଠରେ ଜଳଲାଗି କରିବାକୁ କାଉଡ଼ିଆ ମାନେ ବୋଲବମ ଯାତ୍ରାରେ ଯାଇ ପାରିବେ ନାହିଁ ବୋଲି ରାଜ୍ୟସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶନାମାକୁ ଜିଲ୍ଲାପାଳ ବଳବତ୍ତର ରଖିଛନ୍ତି ବୋଲି ଦେବୋତ୍ତର ଅଧିକାରୀ ସୂଚନା ଦେଇଛନ୍ତି। ଏହି କ୍ରମରେ ଅବିଭକ୍ତ କୋରାପୁଟ ଜିଲ୍ଲା, ପଡୋଶୀ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡିଶାର ବିଭିନ୍ନ ଜିଲ୍ଲାରୁ ମନସ୍କାମନା ଧାରୀ କାଉଡ଼ିଆ ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଜଳଲାଗି କରିବାକୁ ପ୍ରତିବର୍ଷ ଆସିଥାନ୍ତି।

publive-image

ତେବେ ଗତ ବର୍ଷ ଭଳ ଚଳିତ ଥର ବି ଶ୍ରଦ୍ଧାଳୁଙ୍କୁ ହତାଶ ହେବାକୁ ପଡ଼ିଛି। ସେହିଭଳି ଜିଲ୍ଲା ମଧ୍ୟରେ ଯଦିଓ ଧର୍ମାନୁଷ୍ଠାନ ଖୋଲିଲେ ମଧ୍ୟ ଜଳଲାଗି କରି କାଉଡିଆ ମାନେ ବୋଲବମ୍‌ ଯାତ୍ରାରେ ଯାଇ ପାରିବେ ନି ବୋଲି ନିର୍ଦେଶନାମା ଜାରି ହୋଇଥିବା ସୂଚନା ଦେଇଛନ୍ତି ଦେବୋତ୍ତର ଅଧିକାରୀ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe