ବଦଳି ହେଲେ ଗୁରାଣ୍ଡି ଥାନାଧିକାରୀ ମମତା, ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଚର୍ଚ୍ଚାରେ ଥିଲେ

ବଦଳି ହେଲେ ଗୁରାଣ୍ଡି ଥାନାଧିକାରୀ ମମତା, ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଚର୍ଚ୍ଚାରେ ଥିଲେ

ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଚର୍ଚ୍ଚାକୁ ଆସିଥିବା ପାରଳାଖେମୁଣ୍ଡି ଗୋଷାଣୀ ବ୍ଲକ୍‌ ଗୁରାଣ୍ଡି ଥାନା ଥାନାଧିକାରୀ ମମତା ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କୁ ଗଜପତି ଏସ୍‌.ପି କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଗୁରାଣ୍ଡି ଥାନାର ନୂତନ ଅଧିକାରୀ ଭାବେ ଅଡ଼ବା ଥାନାର ସବ୍‌ଇନ୍ସପେକ୍ଟର ଆର.କେ.ପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି।

୨ ବର୍ଷ ହେଲା ଏହି ଥାନାରେ ଦାୟିତ୍ବ ତୁଲାଇଆସୁଥିବା ମମତା ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡ଼ିହୋଇ ମୃତ୍ୟୁ ଘଟଣାରେ ତାଙ୍କ ଭୂମିକାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଥିଲା। ଏପରିକି ଏହି ଘଟଣାରେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ୍ ବି ଜେରାକରି ତଥ୍ୟ ସଂଗ୍ରହ କରିଥିଲା। ସେହିପରି ଖର୍ଷଣ୍ଡା ଗ୍ରାମରେ ଜୁଆ ଆଡ଼ା ଉପରେ ଚଢ଼ଉ ବେଳେ ପୁଲିସ ଟିମ୍ ଉପରେ ଆକ୍ରମଣ ଘଟଣାରେ ସେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଇତିମଧ୍ୟରେ ଏସିଏଫ୍‌ଙ୍କ ମୃତ୍ୟୁ ଘଟଣା ଥମି ଆସିଥିବାବ‌େଳେ ଏସ୍‌.ପି. ଜୟରାମ ଶତପଥୀ ଶେଷରେ ଥାନାଧିକାରୀ ମମତାଙ୍କୁ ବଦଳି କରିଛନ୍ତି। ପ୍ରତିଷ୍ଠିତ କ୍ରୀଡ଼ିବିତ୍‌ରୁ ଚାକିରି ଜୀବନ ଆରମ୍ଭ କରିଥିବା ମମତାଙ୍କ ବଦଳି ପୁଣି ଚର୍ଚ୍ଚାର ଖୋରାକ୍ ଯୋଗାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe