ପିତାମାତା ହେଉଛନ୍ତି ଆଦିଗୁରୁ: ସୌମ୍ୟରଞ୍ଜନ

କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ

ପିତାମାତା ହେଉଛନ୍ତି ଆଦିଗୁରୁ: ସୌମ୍ୟରଞ୍ଜନ

ଭୁବନେଶ୍ବର : ଆଧୁନିକ ଯୁଗରେ ଗୁରୁ ପରମ୍ପରା ଆଦୌ ବଦଳି ନାହିଁ। ତୁମେମାନେ ଆଧୁନିକ ଯୁଗର ଅରୁଣୀ। ଏକଲବ୍ୟ ହେବାକୁ ଚେଷ୍ଟା କର। ଯିଏ କେବଳ ପାଠ ପଢ଼ାନ୍ତି ସେ ଖାଲି ଗୁରୁ ନୁହନ୍ତି। ବରଂ ପିତାମାତା ହେଉଛନ୍ତି ଆଦିଗୁରୁ। ଯିଏ ତୁମମାନଙ୍କୁ ଜନ୍ମ ଦିଅନ୍ତି ଓ ଲାଳନପାଳନ କରି କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରନ୍ତି। ତାଙ୍କ ପରେ ନିତିଦିନ ଯାହାଠାରୁ ଶିଖିବାକୁ ମିଳେ ସିଏ ବି ଗୁରୁ। ପ୍ରକୃତି ଓ ପରିବେଶ ବି ତୁମମାନଙ୍କର ଗୁରୁ। ଏ ସମସ୍ତ ଗୁରୁଙ୍କୁ କୃତଜ୍ଞତା ଜଣାଅ। ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ ଉତ୍ସବରେ ‘ସମ୍ବାଦ’ ଗ୍ରୁପ୍‌ ଚେୟାରମ୍ୟାନ୍‌ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଏହା କହିଛନ୍ତି। ଏଥିସହ ନିଜ ଜୀବନର ବିଗତ ଦିନର କିଛି ଅନୁଭୂତି ସମ୍ପର୍କରେ ପିଲାଙ୍କୁ ଜଣାଇଛନ୍ତି।

ବିଦ୍ୟାଳୟ ନିର୍ଦ୍ଦେଶକ(ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡା ଯୋଗଦେଇ ଗୁରୁ ଦିବସର ମହତ୍ତ୍ବ ବିଷୟରେ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ। କଲେଜ ଅଧ୍ୟକ୍ଷ ବିଜୁନି ଚରଣ ସୂତାର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe