ଆମ୍ବ ବିକି ଚଳୁଛନ୍ତି ୭୦ ବର୍ଷୀୟ ଗୁରୁବାରୀ, ମିଳୁନି ଆବାସ ଯୋଜନାରେ ଘର

Advertisment
ଆମ୍ବ ବିକି ଚଳୁଛନ୍ତି ୭୦ ବର୍ଷୀୟ ଗୁରୁବାରୀ, ମିଳୁନି ଆବାସ ଯୋଜନାରେ ଘର

ଜୟପୁର: ବୟସ ପାଖାପାଖି ୭୦। ତଥାପି ବୟସର ସାୟାହ୍ନରେ ହାର ମାନିନାହାନ୍ତି ଜୟପୁର ବ୍ଲକର ନିଳାଗୁଡା ଗାଁର ଗୁରୁବାରୀ ହରିଜନ। କାହା ଉପରେ ନିର୍ଭର ନ ହୋଇ ନିଜେ ଜୟପୁର ସହର​କୁ ଆସି ଋତୁକାଳୀନ ବ୍ୟବସାୟ କରି ବଂଚୁଛନ୍ତି। ଏହି ବୃଦ୍ଧା ଜଣକ ଏବେ ପ୍ରବଳ ଡହ ଡହ ଖରାରେ ମଧ୍ୟ​ ବିଏସଏନଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଉଠାଦୋକାନ କରି ଆମ୍ବ ବିକ୍ରି କରି ଚଳୁଛନ୍ତି।

ବାରମ୍ବାର ଆବେଦନ ପରେ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ରାସନକାର୍ଡରୁ ମାସକୁ ୫କିଲୋ ଚାଉଳ। ଗତ ଦୁଇ ମାସ ହେବ ଏକ ହଜାର ଲେଖାଏଁ ଭତ୍ତା ମିଳୁଛି। ତେବେ ମୁଣ୍ଡ ଗୁଜିଂବାକୁ ଘର ନଥିବାରୁ ଭଙ୍ଗା ଦଦରା ଚାଳଛପର ଘରେ ମୁଣ୍ଡ ଗୁଜିଂ ରହିଛି ଗୁରୁବାରୀ। ବାରମ୍ବାର ବାରମ୍ବାର ପକ୍କାଘର ପାଇଁ ଆବେଦନ କରି ବ୍ଲକ, ପଂଚାୟତ କାର୍ଯ୍ୟାଳୟ, ସ୍ଥାନୀୟ ନେତାଙ୍କ ନିକଟକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇ ପଡ଼ିଥିବା କହିଛନ୍ତି ଗୁରୁବାରି। ତଥାଫି ଘର ଖଣ୍ଡିକ ମିଳିନି। ତେବେ ବଂଚିବାର ରାହା ଗାଁରେ ମିଳୁନଥିବାରୁ ସେ ଜୟପୁର ସହରର ମୁଖ୍ୟରାସ୍ତାକୁ ବଂଚିବା ରାହା ଭାବେ ନେଇଥିବା କହିଛନ୍ତି।

ଋତୁକାଳୀନ ଫଳ, ପନିପରିବା ବିକ୍ରି କରି ନିଜର ଗୁଜରାଣ ମେଣ୍ଟାଉଥିବା କହିଛନ୍ତି ଗୁରୁବାରୀ। ଖରା, ବର୍ଷା ଓଶୀତକୁ ଖାତିର ନ କରି ଏଭଳି ବ୍ୟବସାୟ କରି ବଂଚୁଛନ୍ତି। ଏପରିକି ସେ ବସୁଥିବା ଉଠାଦୋକାନ ସ୍ଥାନ ପାଇଁ  ବି କିଛି ଟଙ୍କା କିଛି ବ୍ୟକ୍ତି ତାଙ୍କ ଠାରୁ ଆଦାୟ କରି ନେଉଥିବା କହିଛନ୍ତି। ସଂପ୍ରତି ସେ ୨୦ କିଲୋ ଆମ୍ବ ଓ କିଛି ଫଳ ଆଣି ଦିନ ତମାମ ବସି ବିକ୍ରି କରୁଥିବା କହିଛନ୍ତି। ଉଠା ଦୋକାନୀଙ୍କ ପାଇଁ ପୌରପାଳିକା ପକ୍ଷରୁ ସ୍ବତନ୍ତ୍ର ବଜାର ନିର୍ମାଣ କରି ନିରପେକ୍ଷ ଓ ସ୍ବଚ୍ଛତାର ସହ ଦେଲେ ସହରର ମୁଖ୍ୟ ରାସ୍ତା ଉପରେ ନିର୍ଭରଶୀଳ ଥିବା ତାଙ୍କ ଭଳି ଶତାଧିକ ମହିଳା ଉପକୃତ ହୋଇ ପାରିଥାନ୍ତେ ବୋଲି କହିଛନ୍ତି ଗୁରୁବାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe