ଲଗାଣ ବର୍ଷାରେ ଗୁରୁଣ୍ଡିଆ ବେହାଲ୍

ଲଗାଣ ବର୍ଷାରେ ଗୁରୁଣ୍ଡିଆ ବ୍ଲକ୍‌ରେ ୭ ଜଣଙ୍କର ଘରର ମାଟି କାନ୍ଥ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଗୁରୁଣ୍ଡିଆ ତହସିଲ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସହାୟତା ଦିଆଯାଇ କ୍ଷୟକ୍ଷତି ଆକଳନ କରି କ୍ଷତିପୁରଣ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି...

Gurundia lashed by torrential rain

Gurundia lashed by torrential rain Photograph: (sambad.in)

ଗୁରୁଣ୍ଡିଆ: ଲଗାଣ ବର୍ଷାରେ ଗୁରୁଣ୍ଡିଆ ବ୍ଲକ୍‌ରେ  ୭ ଜଣଙ୍କର ଘରର ମାଟି କାନ୍ଥ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଗୁରୁଣ୍ଡିଆ ତହସିଲ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସହାୟତା ଦିଆଯାଇ କ୍ଷୟକ୍ଷତି ଆକଳନ କରି କ୍ଷତିପୁରଣ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ରାଜସ୍ଵ ସୁପର ଭାଇଜର ସୂଚନା ଦେଇଛନ୍ତି।

ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁ ଗୁରୁଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ, ଜନ୍ମ ମୃତ୍ୟୁ ପଞ୍ଜୀକରଣ କାର୍ଯାଳୟ , ଜଳମଗ୍ନ ହୋଇଯାଇଥିଲା।

ଅଗ୍ନିଶମ ଦଳ ପହଞ୍ଚିବା ପରେ ରବିବାର ସକାଳୁ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଥିଲା।  ପୁରୁଣା ଷ୍ଟେଟ ବ୍ୟାଙ୍କ୍ ଓ ୨ ଟି ବ୍ଲକ୍ କ୍ୱାଟର ଜଳମଗ୍ନ ହୋଇଥିଲା। 

 sundargarh | Heavy Rain

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe