ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଆଜି

Advertisment
ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଆଜି

ମାଲକାନଗିରି : ଆସନ୍ତାକାଲି ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଫଳରେ, ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହିତ ସଂଯୋଗ ପାଇଁ ବାଟ ଫିଟିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସକାଳେ ପହଞ୍ଚି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠାକୁ ଉଦ୍‌ଘାଟନ କରିବେ। ଏହାପରେ ସ୍ଥାନୀୟ ଷ୍ଟାଡିୟମଠାରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସାଧାରଣ ସଭାରେ ବହୁ ହିତାଧିକାରୀଙ୍କୁ ଭତ୍ତା, ସାଇକେଲ ଇତ୍ୟାଦି ବଣ୍ଟନ କରିବେ ବୋଲି ମଧ୍ୟ ସୂଚନାରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଜାନବାଇ ଘାଟରେ ପହଞ୍ଚି ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିବେ।

ଅପରପକ୍ଷରେ ମାଓ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ହାଇଆଲର୍ଟ ଜାରି କରି ସୀମାକୁ ସିଲ କରିଦିଆଯାଇଛି। ଗୁରୁପ୍ରିୟା ସେତୁକୁ ବିଏସ୍‌ଏଫ୍‌ ଯବାନ ଘେରି ରହିଛନ୍ତି। ଚିତ୍ରକୋଣ୍ଡା ଠାରୁ ଜାନବାଇ ଘାଟ ପର୍ଯ୍ୟନ୍ତ ପ୍ରତି ମିଟରରେ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ଆସନ୍ତାକାଲିର ଉଦ୍‌ଘାଟନ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଏମିତି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି। ସୂଚନା ଅନୁସାରେ, ମାଲକାନଗିରି ଏସ୍‌ପି ସେତୁର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରୁଥିବାବେଳେ କୋରାପୁଟ ଏସ୍‌ପି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe