ଟୋକିଓରେ ଓଡ଼ିଶାର ଟେକ ରଖିବାକୁ ଜୋରଦାର ଅଭ୍ୟାସ କରୁଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ, ଦେଖନ୍ତୁ ଭିଡିଓ

Advertisment
ଟୋକିଓରେ ଓଡ଼ିଶାର ଟେକ ରଖିବାକୁ ଜୋରଦାର ଅଭ୍ୟାସ କରୁଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ, ଦେଖନ୍ତୁ ଭିଡିଓ

ଟୋକିଓ: ଟୋକିଓରେ ଓଡ଼ିଶାର ଟେକ ରଖିବା ପାଇଁ ଓଡ଼ିଆ ଧାବିକା ଦୂତି ଚାନ୍ଦ ଜୋରଦାର ଅଭ୍ୟାସ କରୁଛନ୍ତି। ସେ ଜିମରେ ଝାଳ ବୁହାଉଛନ୍ତି। ଟୋକିଓରୁ ଆସିଛି ଦୂତି ଚାନ୍ଦଙ୍କ ଜିମରେ ଅଭ୍ୟାସ କରୁଥିବା ବେଳର ଭିଜୁଆଲ। ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ଅଭ୍ୟାସ ଚଳାଇଛନ୍ତି। ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି।

୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ। ଦୂତିଙ୍କ ହାତରେ ମଝିରେ ଆଉ ଗୋଟିଏ ଦିନ ରହିଛି। ଏହା ପୂର୍ବରୁ ନିଜକୁ ଫିଟ୍ ରଖିବା ପାଇଁ ଦୂତି ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। କେବଳ ଜିମରେ ନୁହେଁ, ଟ୍ରାକରେ ମଧ୍ୟ ଦୂତିଙ୍କ ଅଭ୍ୟାସ ଦେଖିବାକୁ ମିଳିଛି। ୨୦୧୬ ରିଓ ଅଲିମ୍ପିକରେ ମେଡାଲରୁ ବଂଚିତ ହୋଇଥିବା ଦୂତି ଏଥର ଟୋକିଓର ନିଶ୍ଚିତ ଦେଶ ପାଇଁ ପଦକ ଆଣିବାକୁ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe