ପ୍ରସବ ପାଇଁ ଟଙ୍କା ଦାବି କରି ଫସିଲେ ଡାକ୍ତର, ବିଳାସମୟ ଘରୁ ମିଳିଲା ନଗଦ ୧.୧୨ କୋଟି

Advertisment
ପ୍ରସବ ପାଇଁ ଟଙ୍କା ଦାବି କରି ଫସିଲେ ଡାକ୍ତର, ବିଳାସମୟ ଘରୁ ମିଳିଲା ନଗଦ ୧.୧୨ କୋଟି

ପୁରୀ: ପ୍ରସବ ପାଇଁ ଟଙ୍କା ଦାବି କରି ଜଣେ ଡାକ୍ତର ଫସିଛନ୍ତି। ତଦନ୍ତ ସମୟରେ ଡାକ୍ତରଙ୍କ ଘରୁ କୋଟିଏ ୧୨ ଲକ୍ଷ ଟଙ୍କ ଜବତ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଥିବା ଡାକ୍ତର ଜଣକ ହେଉଛନ୍ତି ସୁକାନ୍ତ କୁମାର ଜେନା। ସେ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ମୋଟା ଦରମା ପାଉଥିଲେ ମଧ୍ୟ ଡାକ୍ତର ଜେନାଙ୍କୁ ଟଙ୍କା ଲୋଭ ଛାଡ଼ିନାହିଁ। ସରକାରୀ ଡାକ୍ତରଖାନାରେ ସେବା ନାଁରେ ସେ ଗରିବ ଲୋକଙ୍କୁ ଲୋକଙ୍କୁ ଶୋଷଣ କରୁଛନ୍ତି। କିନ୍ତୁ ଚ‌ୋର ପାଇଁ ସବୁ ରାତି ସମାନ ନଥିଲା ଭଳି ଆଜି ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

publive-image

ସୂଚନା ଅନୁସାରେ ଅସ୍ତ୍ରେପଚାର ପାଇଁ ଜଣେ ପ୍ରସୂତୀଙ୍କୁ ୩୦୦୦ ଟଙ୍କା ଦାବି କରି ଏହା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ପ୍ରତିଟି ଅସ୍ତ୍ରୋପଚାର ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଜଣେ ପ୍ରସୂତୀଙ୍କ ଅସ୍ତ୍ରୋପଚାର ପାଇଁ ୩ ହଜାର ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏବାବଦରେ ଭିଜିଲାନ୍ସ ବିଭାଗରେ ସୂଚନା ଦେଇଥିଲେ। ଆଜି ଡାକ୍ତର ସୁକାନ୍ତ କୁମାର ଜେନା ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଡାକ୍ତର ଜେନାଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିଲା। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଛି। ଭିଜିଲାନ୍ସ ବିଭାଗ ଦ୍ବାର ଡାକ୍ତର ଜେନାଙ୍କ ଭୁବନେଶ୍ବର ପଟିଆସ୍ଥିତ ଘର ଯାଞ୍ଚ ବେଳେ ନଗତ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe