ଡିଜିଙ୍କୁ ଭେଟିଲେ ହାବିଲଦାର, କନଷ୍ଟେବଳ ସଂଘ କର୍ମକର୍ତ୍ତା : ନିର୍ବାଚନ, ଟିକା ପାଇଁ ଦାବି କଲେ

Advertisment
ଡିଜି ଅଭୟଙ୍କୁ ଅବସର ପାଇଁ ଅନୁମତି, ପରବର୍ତ୍ତୀ ଡିଜିପିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଲା

Odisha News Insight

ଭୁବନେଶ୍ବର : ରାଜ୍ୟ ହାବିଲଦାର-କନଷ୍ଟେବଳ ମହାସଂଘ ନିର୍ବାଚନ ଦୁଇ ବର୍ଷରେ ଥରେ ହେବାର ନିୟମ ଥିଲେ ବି ଚାରି ବର୍ଷ ବିତିଗଲାଣି, ନିର୍ବାଚନ ହୋଇନି। ତେଣୁ ନିର୍ବାଚନ କରାଇବା ପାଇଁ ମହାସଂଘର ପୂର୍ବତନ କର୍ମକର୍ତ୍ତା ପୁଲିସ ଡିଜିଙ୍କୁ ଭେଟି ଅନୁରୋଧ କରିଛନ୍ତି।

ମହାସଂଘର ପୂର୍ବତନ ସମ୍ପାଦକ ବାବୁ ମହାନ୍ତି ଓ ଭୁବନେଶ୍ବର ସଂଘର ସମ୍ପାଦକ ପ୍ରସନ୍ନ ବେହେରା ଗତ ଶୁକ୍ରବାର ପୁଲିସ୍‌ ମୁଖ୍ୟାଳୟରେ ଡିଜି ଅଭୟଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଅନ୍ୟ ୧୯ ପୁଲିସ ଜିଲ୍ଲାର ସଂଘ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ପୂର୍ବତନ କର୍ମକର୍ତ୍ତାମାନେ ମଧ୍ୟ ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହା ବ୍ୟତୀତ ପ୍ରଥମ ପର୍ଯ୍ୟାୟ‌ରେ ଦିଆଯିବାକୁ ଥିବା କୋଭିଡ୍‌ ଟିକା ତାଲିକାରେ ପୁଲିସ କର୍ମଚାରୀଙ୍କୁ ସାମିଲ କରିବାକୁ ଉଭୟ ଡିଜିଙ୍କୁ ଦାବି ଜଣାଇଥିଲେ। ଏହି ଅବସରରେ ଡିଜି ଶ୍ରୀ ଅଭୟ କରୋନା ସମୟରେ ପୁଲିସ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ ବୋଲି ସୂଚନା ଦେଇଛନ୍ତି ବାବୁ ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe