ଲାଞ୍ଚ ମାଗି ହାବିଲଦାର ନିଲମ୍ବିତ ‘କହିଦେ ଆସିକି ୫ ଶହ ଦେଇକି ପଳଉ, ନ ହେଲେ ୫ ହଜାର ଦେବ’

ଧନୁପାଲ୍ଲୀ ଥାନା ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଆକ୍ରମଣକୁ ନେଇ ରାଜ୍ୟ ପୁଲିସ ସେବା ସଂଘର ତୀବ୍ର ଅସନ୍ତୋଷ

image source-odisha police

ଦଶପଲ୍ଲା: ‘‘ତୋ ବାବୁ କ’ଣ କହିଲା? କହିଦେ, ୫ ଶହ ଦେଇକି ପଳଉ, ନ ହେଲେ ୫ ହଜାର ଜରିମାନା ଦେବ।’’ କୋଭିଡ୍ ଡ୍ୟୁଟିରେ ବର୍ଦ୍ଦିରେ ଥାଇ ପୁଲିସ ହାବିଲଦାରଙ୍କ ଏଭଳି ମନ୍ତବ୍ୟ କିଛି ଦିନ ଧରି ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ବେଳେ ଆଜି ଏହାକୁ ନେଇ ଚାକିରିରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦଶପଲ୍ଲା ଥାନାରେ କାର୍ଯ୍ୟରତ ହାବିଲଦାର ଜୟନ୍ତ ବେହେରା କୋଭିଡ୍ ଡ୍ୟୁଟିରେ ରହିଥିଲେ। କିଛି ଦିନ ତଳେ ସ୍ଥାନୀୟ ଦୁର୍ଗାବଜାରସ୍ଥିତ ଦୁର୍ଗା ମଣ୍ତପଠାରେ ମାସ୍କ ଓ ଗାଡ଼ି ଚେକିଂ କରୁଥିବା ବେଳେ ନିଜେ ପିନ୍ଧିଥିବା ମାସ୍କ ମଧ୍ୟ ଖସି ରହିଥିଲା। ସେ ଏକ ଟ୍ରାକ୍ଟରକୁ ଅଟକାଇ ଜରିମାନା ପାଇଁ ଧମକାଇଥିଲେ। ଖର୍ଚ୍ଚ ବାବଦକୁ ୫ ଶହ ଟଙ୍କା ନ ଦେଲେ ୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ ବୋଲି ଟ୍ରାକ୍ଟର୍‌ରେ ଥିବା କର୍ମଚାରୀଙ୍କୁ ତାଗିଦ୍‌ କରିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ବେଳେ ଆଜି ଏହାକୁ ଭିତ୍ତିକରି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବେହେରାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe