ବିନା ସୂଚନାରେ ଖୋଲିଦେଲେ ହଦଗଡ଼ ଡ୍ୟାମ୍‌ ଫାଟକ: ସାଳନ୍ଦୀରେ ମାଡ଼ିଆସିଲା ବନ୍ୟାଜଳ

Advertisment

ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ଗତକାଲି ବିଳମ୍ବିତ ରାତିରେ ବିନା ସୂଚନାରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ହଦଗଡ଼ ଡ୍ୟାମ୍‌ର ଫାଟକ ଖୋଲିଦିଆଗଲା। ଫଳରେ ସାଳନ୍ଦୀ ନଦୀରେ ଅଚାନକ ବନ୍ୟା ଆସିଛି।

ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ଗତକାଲି ବିଳମ୍ବିତ ରାତିରେ ବିନା ସୂଚନାରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ହଦଗଡ଼ ଡ୍ୟାମ୍‌ର ଫାଟକ ଖୋଲିଦିଆଗଲା। ଫଳରେ ସାଳନ୍ଦୀ ନଦୀରେ ଅଚାନକ ବନ୍ୟା ଆସିଛି।

dgjgjdgjdcbncbn

ଭଦ୍ରକ: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ଗତକାଲି ବିଳମ୍ବିତ ରାତିରେ ବିନା ସୂଚନାରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ହଦଗଡ଼ ଡ୍ୟାମ୍‌ର ଫାଟକ ଖୋଲିଦିଆଗଲା। ଫଳରେ ସାଳନ୍ଦୀ ନଦୀରେ ଅଚାନକ ବନ୍ୟା ଆସିଛି। ଏହି କାରଣରୁ ଭଦ୍ରକ ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନ୍ୟପଟେ ଗତକାଲି ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ସନ୍ଧ୍ୟା ୫ଟା ସମୟରେ ୧୮.୦୨ ମିଟରରେ ପ୍ରବାହିତ ହେଉଥିବା ବେଳେ ଆଜି ତାହା କମି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସାଳନ୍ଦୀ ନଦୀରେ ଗତକାଲି ଜଳସ୍ତର ବିପଦସଂକେତ ତଳେ ପ୍ରବାହିତ ହେଉଥିଲା।

ରାତିଅଧରେ ଘରେ ପଶିଲା ପାଣି
୫୦ ହଜାର ଲୋକ ଜଳଘେରରେ
ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର

ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀ ଫୁଲି ଉଠିଥିଲା। ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ବିନା ସୂଚନାରେ ହଦଗଡ଼ ଡ୍ୟାମ୍‌ର ଗୋଟିଏ ଫାଟକ ଖୋଲି ଦିଆଯାଇଥିଲା। ଲୋକେ ରାତିରେ ଘରେ ଶୋଇଥିବା ବେଳେ ଭଦ୍ରକ ପୌରାଞ୍ଚଳର ୨୮ ନମ୍ବର, ୨୯ ନମ୍ବର ଓ ୩୦ ନମ୍ବର ୱାର୍ଡ ସମେତ ବ୍ଲକ୍‌ର ଖଣ୍ଡତଡ଼ା, ବେନ୍ତାଳ, ଗୁଜିଦରଡ଼ା ପଞ୍ଚାୟତର ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ପ୍ରାଣ ବିକଳରେ ଲୋକେ ପିଲାଛୁଆ ଧରି ଉଚ୍ଚ ସ୍ଥାନକୁ ଦୌଡ଼ି ପଳାଇଥିଲେ। ମାତ୍ର, ଘରେ ଥିବା ଧାନ, ଚାଉଳ ସମେତ ଅନ୍ୟାନ୍ୟ ଆସବାବପତ୍ର ସବୁ ପାଣିରେ ଭାସି ଯାଇଛି। ଭଦ୍ରକ ବ୍ଲକ୍‌ର ଖଣ୍ଡତଡ଼ା, ବେନ୍ତାଳ, ଗୁଜିଦରଡ଼ା ପଞ୍ଚାୟତର ୩୦ ହଜାର ଓ ଭଦ୍ରକ ପୌରାଞ୍ଚଳର ୨୦ ହଜାର ଲୋକ ପାଣି ଘେରରେ ରହିଛନ୍ତି। ବହୁ ମାଟି ଘର ଧସି ଯାଇଛି। ସେହିପରି କୋଠା ଘରେ ପାଣି ପଶିବାରୁ ଲୋକେ କଲବଲ ହେଉଥିବା ଦେଖିବାକୁ ମିଳିଛି।

ଆଜି ସକାଳେ ପ୍ରଶାସନିକ ଅଧିକାରୀ ପହଞ୍ଚି ଅଧିକ କ୍ଷତିଗ୍ରସ୍ତ ଖଣ୍ଡତଡ଼ା ପଞ୍ଚାୟତର ୧୮ ପରିବାର, ବେନ୍ତାଳର ୮ଟି ପରିବାର, ଗୁଜିଦରଡ଼ାରେ ୨୦ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଅନୁରୂପ ଭାବେ ବନ୍ତ, ତିହିଡ଼ି, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲ୍ଲାପାଳ କହିଛନ୍ତି, ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe