ତୁମୁଡିବନ୍ଧ ରେ କୁଆପଥର ବର୍ଷା

Advertisment
ତୁମୁଡିବନ୍ଧ ରେ କୁଆପଥର ବର୍ଷା

ତୁମୁଡିବନ୍ଧ: ତୁମୁଡିବନ୍ଧ ରେ ତିନି ଦିନ ହେଲା ଅଦିନିଆ ବର୍ଷା ଜନଜୀବନ କୁ କଲବଲ କରିଲାଣି ଦୁଇ ଦିନ ବର୍ଷା ସାଙ୍ଗକୁ ପବନ ଘର ଦ୍ୱାର ଉଡାଇ ଦେଇ ଥିବା ବେଳେ ଲୋକେ ବେସାହାରା ହୋଇ ବାରଦ୍ୱାର ଶୁଣ୍ଡି ପିଣ୍ଡା ହେଉଥିବା ବେଳେ ଆଜି ପୁଣି ତୁମୁଡିବନ୍ଧ ବ୍ଲକର ସବୁ ଅଞ୍ଚଳରେ ଆଜି ବର୍ଷା ସାଙ୍ଗକୁ କୁଆପଥର ବର୍ଷା ବେଡ଼ିଉପରେ କରୋଡା ମାଡ଼ ସଦୃଶ । ଅବିଶ୍ରାନ୍ତ କୁଆପଥର ପଡିବା ରୁ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଶ୍ରୁଷ୍ଟି ହୋଇଥିଲା। କୁଆପଥର ବର୍ଷା ସହ ବିଜୁଳି, ଘଡଘଡି, ଜୋର ପବନ ମଧ୍ୟ ହୋଇଥିଲା। ଦୀର୍ଘ ୩ଦିନ ହେଲା ଏହିପରି ଖରାପ ପାଗ ଯୋଗୁଁ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକମାନଙ୍କ ର ବହୁତ କ୍ଷତି ଘଟିଛି ଏହା ସହ ପନିପରିବା ବଗିଚା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, କଦଳୀ ବଗିଚା ରେ କଦଳୀ କଷି ଆରମ୍ଭ ହୋଇଥିବା ଠାରୁ ଖାନ୍ଦୀ ପଡ଼ିଥିବା ଅଧିକାଂଶ ଗଛ ଅଧାରୁ ମୋଡ଼ି ଦେଇଛି. ଗତକାଲି କାଲିଶା ପଦର ଓ ଶରଧା ପୁର ରେ କିଛି ଲୋକଙ୍କ ର ଘରର ଛପର ଉଡିଯାଇଥିବା ଖବର ପ୍ରକାଶ ପରେ ମଧ୍ୟ ସରକାରୀ ସହାୟତା ଏଯାଏଁ ପହଞ୍ଚି ନଥିବାରୁ କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବର୍ଷା ଓ ପବନ ଯୋଗୁଁ ବିଦୂତ ନଥିବା ବେଳେ କରୋନା ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ହୋଇଥିବା କ୍ଵାରେନଣ୍ଟଏନ ଗୁଡିକ ଅନ୍ଧାର ରେ ରହିଛି. ତୁମୁଡିବନ୍ଧ ବିଦୂତ ବିଭାଗ ର ଯନ୍ତ୍ରୀ ଏଠାରେ ନ ରହି ବାଲିଗୁଡା ରେ ରହୁଥିବା ଯୋଗୁଁ ବିଦୂତ କେତେବେଳେ କାମ ହେବ ଓ କେତେବେଳେ ଆସିବ ତାହା ଜାଣିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟ ହେଉଛି. ତୁମୁଡିବନ୍ଧ ବ୍ଲକ ଡ଼ଡଙ୍ଗ ଗ୍ରାମରେ ମାତ୍ରାଧିକ କୁଆପଥର ବର୍ଷା ହୋଇଥିବା ଫୋଟୋ ଗୋପାଳ ପାଟମଝି ଉଠାଇଥିବା ଦୃଶ୍ୟ କେତେ ଭୟଙ୍କର କୁଆ ପଥର ବର୍ଷା ହେଉଛି ସେଥିରୁ ଅନୁମାନ କରିହେଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe