ଜୁଲାଇ ୨୫ରୁ ହଜ୍‌ ଯାତ୍ରା, ୬୫୩ ଯାତ୍ରୀଙ୍କୁ ଭିସା ପ୍ରଦାନ

ଜୁଲାଇ ୨୫ରୁ ହଜ୍‌ ଯାତ୍ରା, ୬୫୩ ଯାତ୍ରୀଙ୍କୁ ଭିସା ପ୍ରଦାନ

Oneindia Hindi

କଟକ : ଆସନ୍ତା ଜୁଲାଇ ୨୫ରୁ ଆରମ୍ଭ ହେବ ମୁସଲମାନ ଶ୍ରଦ୍ଧାଳୁଙ୍କ ପବିତ୍ର ହଜଯାତ୍ରା। ଚଳିତବର୍ଷ ୬୫୩ଜଣ ଶ୍ରଦ୍ଧାଳୁ ହଜଯାତ୍ରା ପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ସୂଚନା ଅନୁଯାୟୀ, ଚଳିତମାସ ହଜଯାତ୍ରା ପାଇଁ ୬୫୩ ଜଣ ହଜଯାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୩୮୬ଜଣ ପୁରୁଷ ଓ ୨୬୭ଜଣ ମହିଳା ଅଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ଯାତ୍ରୀ ଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ହଜଯାତ୍ରୀମାନେ ଜୁଲାଇ ୨୫ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ଯାତ୍ରୀମାନେ କୋଲକାତାରେ ପହଞ୍ଜିବେ। ସେଠାରୁ ସେମାନେ ସ୍ବତନ୍ତ୍ର ବିମାନରେ ସାଉଦି ଅଭିମୁଖେ ଯାତ୍ରା କରିବେ। ଦୀର୍ଘ ୪୫ ଦିନର ଯାତ୍ରା ପରେ ହଜଯାତ୍ରୀ ସେପ୍ଟେମ୍ବର ୧ରୁ ୧୩ ତାରିଖ ମଧ୍ୟରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏହି ପରିପ୍ରେକ୍ଷୀରେ ହଜ୍‌ କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏ ନେଇ ଯାତ୍ରୀଙ୍କୁ ପ୍ରଶିକ୍ଷଣ ସହିତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ୧୩ ତାରିଖରେ ବାଲେଶ୍ବର, ୧୫ରେ ଯାଜପୁର, ୧୭ରେ ରାଉରକେଲା, ୧୯ରେ ତରଭା, ୨୦ରେ ଭୁବନେଶ୍ବର ଏବଂ ୨୧ ତାରିଖରେ ଯାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ସରକାରଙ୍କ ପକ୍ଷରୁ ହଜଯାତ୍ରୀଙ୍କୁ ଟ୍ରଲି ବ୍ୟାଗ, ବେଲ୍ଟ, ଛତା ଆଦି ଉପକରଣ ପ୍ରଦାନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ହଜ କମିଟି ପକ୍ଷରୁ କୋଲକାତା ଏୟାରପୋର୍ଟରେ ରହିବା ଖାଇବା ପିଇବା ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe