ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ବାଟ୍‌ସାପ୍ ଆକାଉଣ୍ଟ

ଜିଲ୍ଲାପାଳଙ୍କ ନାମରେ ଜାଲ ହ୍ବାଟ୍‌ସାପ୍ ଆକାଉଣ୍ଟ

The Sentinel Assam

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସାଇବର ଠକେଇ ଏପରି ବଢ଼ି ଚାଲିଛି ଯେ, କେହିବି ଏହି ଜାଲରେ ପଡ଼ିବା ବଡ଼ କଥା ନୁହେଁ। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଫଟୋ ବ୍ୟବହାର କରାଯାଇ ଝାରସୁଗୁଡ଼ା ଡିଏମ୍‌ ନାମରେ ଏକ ଜାଲ ହ୍ବାଟସ୍‌ଅପ୍‌ ଆକାଉଣ୍ଟ ଖୋଲାଯାଇଥିବା ନେଇ ଖୋଦ ଜିଲ୍ଲାପାଳ ତାଙ୍କ ଟ୍ୟୁଇଟର ଆକାଉଣ୍ଟରେ ଜଣାଇଛନ୍ତି।

ଏହି ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ସରକାରୀ ଓ ବେସରକାରୀ ଅଧିକାରୀଙ୍କୁ ଆମାଜନ ଉପହାର କାର୍ଡ଼ ଏକ ଲିଙ୍କ ମାଧ୍ୟମରେ ସେୟାର କରିବା ପାଇଁ କୁହାଯାଉଥିବା ଜିଲ୍ଲାପାଳ ଶ୍ରୀ ସାମଲ ଉଲ୍ଲେଖ କରିଛନ୍ତି। ଏହି ଜାଲ ଆକାଉଣ୍ଟକୁ ଟ୍ରାକ କରିବା ପାଇଁ ଉଦ୍ୟମ କରାଯାଉଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe