ଦରମା ସଂ‌‌ଶୋଧନ ଦାବିରେ ୨୬୦୦ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ‘ହାଲ୍‌’ରେ ଉତ୍ପାଦନ ବନ୍ଦ

Advertisment

ସମର୍ଥନ ଦେଲେ କୋରାପୁଟ ବିଧାୟକ

ସମର୍ଥନ ଦେଲେ କୋରାପୁଟ ବିଧାୟକ

ଦରମା ସଂ‌‌ଶୋଧନ ଦାବିରେ ୨୬୦୦ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ‘ହାଲ୍‌’ରେ ଉତ୍ପାଦନ ବନ୍ଦ

zeebiz.com

କୋରାପୁଟ/ସେମିଳିଗୁଡା : ଦରମା ସଂଶୋଧନ ଦାବିରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଅଚଳ ହୋଇପଡିଛି ସୁନାବେଡ‌ାସ୍ଥିତ ହାଲ୍‌ କଂପାନି। ଆଜି ସକାଳୁ ବିଭିନ୍ନ ସଂଗଠନ ସହ ସହବନ୍ଧିତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବାରୁ ହାଲ୍‌ରେ ଉତ୍ପାଦନ ବନ୍ଦ ହୋଇ ଯାଇଛି। ଶ୍ରମିକ ସଂଗଠନ ସହ କର୍ତ୍ତୃପକ୍ଷଙ୍କ ଆଲୋଚନା ବିଫଳ ହୋଇଥିବା ବେଳେ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।

କର୍ମଚାରୀଙ୍କ ବେତନ ସଂଶୋଧନ ସମେତ ୨୯ ଦଫା ଦାବିରେ ଆଜି ସକାଳୁ ହାଲ୍‌ର ସ୍ବୀକୃତିପ୍ରାପ୍ତ ବିଜୁ ଏରୋନେଟିକ୍ସ କର୍ମଚାରୀ ସଂଘ ସମେତ ସମସ୍ତ ଶ୍ରମିକ ସଂଗଠନ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥି‌ଲେ। ସମସ୍ତ ୨୬୦୦ କର୍ମଚାରୀ ହାଲ୍‌ର ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ସ୍ବୀକୃତିପ୍ରାପ୍ତ ସଂଗଠନ ବାୟୁର ସଭାପତି ଅଶୋକ ଦାସ ଓ ସଂପାଦକ ଶ୍ରୀନିବାସ ମାଣିକ, ହାମସର ସଭାପତି ପ୍ରଦୀପ ବିଶ୍ବାଳ ଓ ସଂପାଦକ ରାମ ପ୍ରସାଦ ଦାସ ଏବଂ ଏଚ୍‌ଏଇଏର ସଭାପତି ସୁମନ୍ତ ପଟ୍ଟନାୟକ ଓ ସଂପାଦକ ସୁବାସ ସୁଣ୍ଢିଙ୍କ ନେତୃତ୍ୱରେ କର୍ମଚାରୀମାନେ ଏହି ଆନ୍ଦୋଳନ ଚଳାଇଥିଲେ। ହାଲ୍‌ର ଅଫିସରମାନଙ୍କ ପରି କର୍ମଚାରୀଙ୍କ ଫିଟମେଣ୍ଟ ସୁବିଧା ୧୫ ପ୍ରତିଶତ ଓ ପର୍କ୍ସ ସୁବିଧା ୩୫ ପ୍ରତିଶତକୁ ବୃଦ୍ଧି କରିବାକୁ କର୍ମଚାରୀଙ୍କ ପକ୍ଷରୁ ଦାବି କରାଯାଇଛି। ଏହି ସବୁ ଦାବି ନେଇ ହାଲ୍‌ର ଦେଶରେ ଥିବା ସମସ୍ତ ନଅଟି ଡିଭିଜନର ୧୮,୦୦୦ କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ଦାବି ନେଇ ହାଲ୍‌ ଉଚ୍ଚପଦସ୍ଥ ଅଧିକାରୀ, ପ୍ରତିରକ୍ଷା ମନ୍ତ୍ରୀ ଓ ସାଂସଦକୁ ଭେଟି ସ୍ମାରକପତ୍ର ଦେବାପରେ ବି କୌଣସି ଦାବି ହାସଲ ନ ହେବାରୁ କର୍ମଚାରୀଙ୍କୁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ମିଳିତ କର୍ମଚାରୀ ମଂଚ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନ ହେଲେ କର୍ମଚାରୀମାନେ ପରିବାର ସହ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ କୋରାପୁଟ ବିଧାୟକ ରଘୁରାମ ପଡାଲ କର୍ମଚାରୀଙ୍କ ସପକ୍ଷରେ ବାହାରି ଆନ୍ଦୋଳନରତ କର୍ମଚାରୀଙ୍କୁ ସମର୍ଥନ ଦେଇଛନ୍ତି। ତେବେ ଏଥିନେଇ ହାଲ୍‌ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe