ଜଗନ୍ନାଥସାଗର ସୌନ୍ଦର୍ଯ୍ୟକରଣ ପାଇଁ ହାଲ୍ ଦେବ ୬କୋଟି; ପୌରପାଳିକା ସହ କଲା ବୁଝାମଣାପତ୍ର ସ୍ବାକ୍ଷର

Advertisment
ଜଗନ୍ନାଥସାଗର ସୌନ୍ଦର୍ଯ୍ୟକରଣ ପାଇଁ ହାଲ୍ ଦେବ ୬କୋଟି; ପୌରପାଳିକା ସହ କଲା ବୁଝାମଣାପତ୍ର ସ୍ବାକ୍ଷର

ଜୟପୁର: ସହରବାସୀଙ୍କ ସ୍ବାଭିମାନର ପ୍ରତୀକ ଜଗନ୍ନା‌ଥ ସାଗର ୩୦୦ ଏକରର ପରିଧିର ସାଗର ଧୀରେଧୀରେ ସଂକୁଚିତ ହେବା ସହ ପଙ୍କ, ସହରର ନାଳନଦ୍ଦର୍ମା ମାଟିରେ ପୋତି ହୋଇଯାଇଛି। ଏହାର ପୁନଃରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ହାଲକୁ ଅନୁରୋଧ କରାଯାଇଥିଲା। ଏହି କ୍ରମରେ ‘ହାଲ୍’ (ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ ) ସିଏସଆର୍ (କଂପାନି ସାମାଜିକ ପ୍ରତିବଦ୍ଧତା ) ପାଣ୍ଠିରୁ ଜଗନ୍ନାଥ ସାଗରର ସୌନ୍ଦର୍ଯ୍ୟକରଣ ପାଇଁ ୭କୋଟି ଦେବକୁ ସହମତି କରିଥିଲା। ଏହି କ୍ରମରେ ୨୦୨୨ ପେବ୍ରୁଆରି ୫ତାରିଖରେ ଏକ କୋଟି ଦେଇଥିଲା। ଆଜି ବଳକା ୬କୋଟି ଦେଇଛି। ଏଥି ପାଇଁ ଆଜି ହାଲ୍ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ହାଲ୍ ଓ ପୌରପାଳିକା ମଧ୍ୟରେ ଏ ନେଇ  ହୋଇଥିଲା ଏମୟୁ। ଏହି ଉତ୍ସବରେ ହାଲ୍ ପକ୍ଷରୁ ଜିଏମ୍ ସୁଧାଂଶୁ ମୋହନ ଜେନା, ଜିଏମ୍ ଇଂଜିନ ବିଭାଗ ଶିଶିର କୁମାର ପାତ୍ର, ସୁକୋଇର ସାଧାରଣ ପରିଚାଳନକ ଆରଏମକେ ଚୌଧୁରୀ, ମାନବସମ୍ବଳର ମୁଖ୍ୟ ପରିଚାଳକ ସୂର୍ଯ୍ୟକାନ୍ତ ରାଉତ, ମନୋରଂଜନ, ଉମାଶଙ୍କର ପାଣି, ସ୍ମିତା ମହାପାତ୍ର, ଆଇନ ବିଭାଗର ପରିଚାଳକ ଅକ୍ଷୟ କୁମାର ପାତ୍ର ଭାଗ ନେଇଥିଲେ।

ସେଭଳି ପୌରପାଳିକା ପକ୍ଷରୁ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, ପିଡି ଡୁଡା ଦେବୀ ପ୍ରସଦା ଟାଲି ପ୍ରମୁଖ ଭାଗ ନେଇଥିଲେ। ପ୍ରଥମ ବର୍ଷ କୋଟିଏ ଟଙ୍କା ଦେଇସାରିଥିବା ବେଳେ ଏବେ ବଳକା ୬କୋଟି ଟଙ୍କା ୩ଟି ପର୍ଯ୍ୟାୟରେ ଦେବ। ଏହାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ପରେ ପୁଣି ୩କୋଟି, ଓ ତାପର ବର୍ଷ ୩ କୋଟି ଦେବ ପାଇଁ ଏମୟୁ କରାଯାଇଥିଲା। ଏଥିରେ ସାଗରର ଚାରି ପାର୍ଶ୍ବ ହୁଡାର ବିକାଶ କରିବା ସହ ଲୋକଙ୍କ ଚାଳିବା ପଥ, ପାର୍କ ସହ ଆଲୋକୀକରଣ ସହ ସଂପୁର୍ଣ୍ଣ ସୌନ୍ଦର୍ଯ୍ୟକରଣ କାମରେ ନିୟୋଜିତ କରାଯିବ। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ସାଗର ଭାବେ ପରିଚିତ ଜଗନ୍ନାଥସାଗରକୁ ପୁନଃରୁଦ୍ଧାର କରି ନୂଆ ରୁପ ଦେବା ପାଇଁ ହାଲ୍ ପକ୍ଷରୁ ଏହି ସହଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe