୧୨ହଜାର ଟଙ୍କାର ଚଣା ତରକାରି ବିକିଲେ ହଳଧର

Advertisment
୧୨ହଜାର ଟଙ୍କାର ଚଣା ତରକାରି ବିକିଲେ ହଳଧର

ବରଗଡ଼ : ପବିତ୍ର ରଥଯାତ୍ରା ଦିନ ପଦ୍ମଶ୍ରୀ ହଳଧର ନାଗ ପୁଣିଥରେ ଲୋକଙ୍କୁ ନିଜ ହାତରନ୍ଧା ଚଣା ତରକାରି ଚଖେଇଛନ୍ତି। ଏହି ତରକାରି ଖାଇବାକୁ କବି କୁଟୀରରେ ପ୍ରବଳ ଭିଡ଼ ଲାଗି ରହିଥିଲା। ଆଜି ସେ ପ୍ରାୟ ୧୨ହଜାର ଟଙ୍କାର ଚଣା ତରକାରି ବିକ୍ରି ହୋଇଥିବା ଶ୍ରୀ ନାଗ କହିଛନ୍ତି।

ପଦ୍ମଶ୍ରୀ ହଳଧର ୨୨ କିଲୋ ମଟର ଚଣା କିଣି ତରକାରି ପ୍ରସ୍ତୁତ କରିଥିଲେ। ଗତ ଦୁଇବର୍ଷ ହେଲା କରୋନା ପାଇଁ ସେ ଚଣା ତରକାରି ବିକ୍ରିକରି ପାରି ନ ଥିଲେ। କିନ୍ତୁ, ଚଳିତଥର ଲୋକେ ପୁଣି ତାଙ୍କ ହାତରନ୍ଧା ସୁଆଦିଆ ତରକାରି ଖାଇଛନ୍ତି। ଶ୍ରୀ ନାଗ କହିଛନ୍ତି, ‘ସ˚ପୂର୍ଣ୍ଣ ଦେଶୀ ପଦ୍ଧତିରେ ତରକାରୀ ତିଆରି କରେ। ବଟା ମସଲା ବ୍ୟବହାର କରେ। ଗଣ୍ଠି ହଳଦୀକୁ ବାଟି ମସଲାରେ ମିଶାଏ। ତେଣୁ ମୋ ତରକାରି ଲୋକଙ୍କୁ ସୁଆଦିଆ ଲାଗେ। ଗୋଟିଏ ଗିନା ତରକାରୀ ୧୦ଟଙ୍କାରେ ବିକେ। ତରକାରୀର ସୁଆଦରେ କିଛି ପରିବର୍ତ୍ତନ ହୋଇନି, କାରଣ ଅଧିକ ସୁଆଦିଆ କରିବାକୁ କିଛି ପରୀକ୍ଷାନିରୀକ୍ଷା କରିନି। ଖୁସି ଲାଗେ, ଲୋକେ ଏବେବି ମୋ ରନ୍ଧା ତରକାରିକୁ ପସନ୍ଦ କରୁଛନ୍ତି। ଖାଉଛନ୍ତି ଓ ଘରଲୋକଙ୍କ ପାଇଁ ନେଇ ଯାଉଛନ୍ତି। ଏହା ହିଁ ଖୁସି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe