ରଥଯାତ୍ରାରେ ୪ ହଜାର ଟଙ୍କାର ଚଣା ତରକାରୀ ବିକିଲେ ହଳଧର ନାଗ

ରଥଯାତ୍ରାରେ ୪ ହଜାର ଟଙ୍କାର ଚଣା ତରକାରୀ ବିକିଲେ ହଳଧର ନାଗ

ବରଗଡ଼ : ପଦ୍ମଶ୍ରୀ ହଳଧର ନାଗ। ଏହି ସାରସ୍ବତ ସାଧକ ନିଜ ସାଧାରଣ ଜୀବନଚର୍ଯ୍ୟା ପାଇଁ ବେଶ୍ ପରିଚିତ। ଏକଦା ପେଟପାଟଣା ପାଇଁ ସଂଘର୍ଷ କରୁଥିବା ଶ୍ରୀ ନାଗ ଚଣା ଝୋଳ (ରାଗ୍‌ଚଣା ବା ଘୁଘୁନି)ବିକ୍ରି କରୁଥିଲେ। ସେଥିରୁ ଯାହା ରୋଜଗାର ହେଉଥିଲା, ପରିବାର ଚଳୁଥିଲା। ବିଭିନ୍ନ ସଭାସମିତି, କବି ସମ୍ମିଳନୀରେ ବ୍ୟସ୍ତତା ଯୋଗୁଁ ଶ୍ରୀ ନାଗ ନିୟମିତ ଏହି ଚଣା ଝୋଳ ବିକ୍ରି କରୁନାହାନ୍ତି।

publive-image

କିନ୍ତୁ ରଥଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରା ବେଳେ ଲୋକଙ୍କ ଆଗ୍ରହ ଏବଂ ପସନ୍ଦକୁ ସମ୍ମାନ ଜଣାଇ ଚଣା ତରକାରୀ ବିକ୍ରି କରିଥାନ୍ତି। ଘେଁସ୍‌ସ୍ଥିତ ବାସଭବନରେ ଗୁରୁବାର ରଥଯାତ୍ରା ଦିନ ଶ୍ରୀ ନାଗ ନିଜ ହାତରନ୍ଧା ଚଣା ଝୋଳ ବିକ୍ରି କରିଛନ୍ତି। ଶହ ଶହ ଲୋକ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ତାଙ୍କ ଦ୍ବାରା ପ୍ରସ୍ତୁତ ସୁଆଦିଆ ଚଣାଝୋଳ କିଣିଛନ୍ତି। ଗୁରୁବାର ସେ ୧୫ କିଲୋ ଚଣା ବତୁରେଇ ଝୋଳ ପ୍ରସ୍ତୁତ କରିଥିଲେ। ଆଜି ସେ ପାଖାପାଖି ୪ହଜାର ଟଙ୍କାର ବିକ୍ରି କରିଥିବା ଜଣାପଡ଼ିଛି। ସଂପୂର୍ଣ୍ଣ ଦେଶୀ ପଦ୍ଧତିରେ ତିଆରି ଏହି ତରକାରୀରେ ବଟା ମସଲା, ହଳଦୀ ବ୍ୟବହାର ହୁଏ। ତେଣୁ ଚାରି ଦଶନ୍ଧି ତଳେ ଏହାର ସ୍ବାଦ ଯେଭଳି ଥିଲା, ଆଜି ବି ସେୟା ଅଛି ବୋଲି ଶ୍ରୀ ନାଗ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe