ରଜାକ୍‌ କବ୍‌ଜାରେ ଥିଲା ରାଜ୍ୟର ଅଧା ଜଙ୍ଗଲ, ବେଗୁନିଆରୁ ନିୟନ୍ତ୍ରଣ କରୁଥିଲା ଆନ୍ତର୍ଜାତିକ ରାକେଟ୍‌

Advertisment

ଆଠଗଡ଼ରୁ ହାତୀଦାନ୍ତ ଯାଉଥିଲା ପଶ୍ଚିମବଙ୍ଗ, ଛତିଶଗଡ଼

ଆଠଗଡ଼ରୁ ହାତୀଦାନ୍ତ ଯାଉଥିଲା ପଶ୍ଚିମବଙ୍ଗ, ଛତିଶଗଡ଼

ରଜାକ୍‌ କବ୍‌ଜାରେ ଥିଲା ରାଜ୍ୟର ଅଧା ଜଙ୍ଗଲ, ବେଗୁନିଆରୁ ନିୟନ୍ତ୍ରଣ କରୁଥିଲା ଆନ୍ତର୍ଜାତିକ ରାକେଟ୍‌

କଟକ : ରାଜ୍ୟର ଅଧା ଜଙ୍ଗଲ ଥିଲା ଶେଖ୍‌ ରଜାକର କବ୍‌ଜାରେ। ସେ ହାତୀଙ୍କ ଗତିବିଧି ନିୟନ୍ତ୍ରଣ ଓ ଶିକାର ପାଇଁ ସୁପାରି ଦେଉଥିଲା। ବଛାବଛା ଶିକାରୀ ଓ ମାଫିଆଙ୍କୁ ଟାର୍ଗେଟ୍‌ ବି ଦେଉଥିଲା। କେଉଁ ଅଞ୍ଚଳରେ କିଏ ଶିକାର କରିବ ଓ ଦାନ୍ତ ଆଣିଦେବ, ସେସବୁକୁ ବି ସେ ନିୟନ୍ତ୍ରଣ କରୁଥିଲା। ବେଗୁନିଆରୁ ନିୟନ୍ତ୍ରଣ ହେଉଥିଲା ଆନ୍ତର୍ଜାତିକ ହାତୀ ଦାନ୍ତ ରୋଚାଚାଲାଣ ରାକେଟ୍‌। ଆଜି ରଜାକ୍‌କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥନ୍‌ ଯାଦବ ସୂଚନା ଦେଇଛନ୍ତି।

publive-image firstpost.com

ସୂଚନା ଅନୁସା‌ରେ, ଆଠଗଡ଼ ବନଖଣ୍ଡ ଉପରେ ରଜାକର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହୁଥିଲା। ହାତୀଶିକାର ପରେ ଦାନ୍ତକୁ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମକୁ ଦାନ୍ତ ଚାଲାଣ କରାଯାଉଥିଲା। ବଡ଼ମ୍ବା ରେଞ୍ଜରୁ ହାତୀ ଶିକାର କରିଥିବା ସେ ସ୍ବୀକାର କରିଥିବାବେଳେ ଦୀର୍ଘବର୍ଷ ହେଲା ସେ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଶିକାର ଓ ଦାନ୍ତ ରାଲାଣ ରାକେଟ୍‌ର ମୁଖ୍ୟ ରହିଥିବା ଜଣାପଡ଼ିଛି। ଦୀର୍ଘଦିନ ହେଲା ବନବିଭାଗର ଟାର୍ଗେଟ୍‌ରେ ଥିବା ଶେଖ୍‌ ରଜାକ୍‌ ଗତକାଲି ଗିରଫ କରି ଆଜି ଆଠଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ମାରାଥନ୍‌ ଜେରା କରିଥିଲେ ବନବିଭାଗ ଅଧିକାରୀମାନେ। ଜେରା ସମୟରେ ସେ ଏକାଧିକ ହାତୀ ଶିକାର କରିଥିବା ସ୍ବୀକାର କରିଥିବାବେଳେ ଅଧିକ ତଦନ୍ତ ପାଇଁ ତାକୁ ପୁଣି ରିମାଣ୍ଡ‌େର ବନବିଭାଗ ଆଣିବା ପାଇଁ ଯୋଜନା କରୁଛି। ଏଥିସହ ରଜାକ୍‌ ଲିଙ୍କରେ ଥିବା ଶିକାରୀ ଓ ମାଫିଆଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। କିନ୍ତୁ, ଲିଙ୍କ୍‌ରେ ଥିବା ଶିକାରୀ ଓ ମାଫିଆ ଏବେ ଫେରାର ହୋଇଯିବା ପାଇଁ ଯୋଜନା ଚଳାଇଲେଣି।

publive-image

ସୂଚନାଯୋଗ୍ୟ ଯେ ଆଠଗଡ଼ ବନଖଣ୍ଡରେ ମାଟି ତଳୁ ହାତୀ କଙ୍କାଳ ଜବତ୍‌ ହୋଇଥିବା ବେଳେ ଦୁଇ ଦୁଇଟି ଗୁଳିବିଦ୍ଧ ଦନ୍ତା ହାତୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହା ସାରା ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଥିଲା। ଚାରି ଦିନ ହେଲା ରଜାକ୍‌କୁ ଧରିବାକୁ ବନବିଭାଗର ସ୍ବତନ୍ତ୍ର ଟିମ୍‌ ଡେରା ପକାଇଥିବା ବେଳେ ଗତକାଲି ରାତିରେ ବେଗୁନିଆସ୍ଥିତ ଘରୁ ବନବିଭାଗ ତାକୁ ଗିରଫ କରିଥିଲା। ରଜାକ୍‌ କେତେ ହାତୀ ଶିକାର କରିଛି, ସେ ସମ୍ପର୍କରେ ଯଦିଓ ବନବିଭାଗ ସ୍ପଷ୍ଟ କରିନି ତଥାପି ରାଜ୍ୟର ବିଭିନ୍ନ ସ୍ଥାନରୁ ୧୬ରୁ ହାତୀ ଶିକାର କରିଥିବା ଓ ବଡମ୍ବା ରେଞ୍ଜରୁ ବ୍ୟାପକ ହାତୀ ଶିକାର କରିଥିବା ତଦନ୍ତ ସମୟରେ ସ୍ବୀକାର କରିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe