ଅଧା ହେବାକୁ ବସିଲାଣି ଶିକ୍ଷାବ‌ର୍ଷ: ମିଳୁନି ନବମ-ଦଶମ ଭୂଗୋଳ-ଅର୍ଥନୀତି, ଜୀବବିଜ୍ଞାନ ବହି

Advertisment
ପିଲାଙ୍କ ଉପରୁ କମିବ ପରୀକ୍ଷା ଚାପ: ୯ମରୁ ଦ୍ବାଦଶ ମଧ୍ୟରେ ୮ ପରୀକ୍ଷା

Education Bytes

କଟକ: ସରକାରଙ୍କ ନିୟମ ଅନୁଯାୟୀ ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ସବୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା କଥା। କିନ୍ତୁ ଚଳିତ ଶିକ୍ଷାବର୍ଷର ଇତିମଧ୍ୟରେ ୫ ମାସ ବିତିବାକୁ ବସିଥିବା ବେଳେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସବୁ ପାଠ୍ୟପୁସ୍ତକ ମିଳି ପାରିନାହିଁ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଉଥିବାବେଳେ ସେମାନଙ୍କୁ ବହି ନ ମିଳିବା ଘଟଣା ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି।

ସୂଚନା ଅନୁଯାୟୀ ଏଯାଏ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ସାମାଜିକ ବିଜ୍ଞାନର ଭୂଗୋଳ-ଅର୍ଥନୀତି ଓ ଜୀବ ବିଜ୍ଞାନ (ଲାଇଫ୍ ସାଇନ୍ସ) ବହି ମିଳି ପାରିନି। ଏ ବହି ବଜାରରେ ତ ଉପଲବ୍ଧ ହେଉନାହିଁ, ବୋର୍ଡ ପାଖରେ ବି ଏସବୁ ବହି ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ହାଇସ୍କୁଲ (ନବମ ଓ ଦଶମ ଶ୍ରେଣୀ) ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ କରିଥାନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ବୋର୍ଡ ହାଇସ୍କୁଲ ପାଠ୍ୟକ୍ରମରେ କିଛିଟା ପରିବର୍ତ୍ତନ କରିଥିଲେ। କିନ୍ତୁ ଏହି ପାଠ୍ୟକ୍ରମ ପରିବର୍ତ୍ତନ ବିଳମ୍ବରେ ହୋଇଥିବାରୁ ଅନେକ ସମସ୍ୟା ହୋଇଥିଲା। ଏଥର ବି ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି। ବୋର୍ଡ ପକ୍ଷରୁ ନୂଆ ‌ବହି ଛପା ହୋଇ ବଜାରକୁ ଛଡ଼ା ଯାଇନଥିବାରୁ ଏପରି ଅବସ୍ଥା ହୋଇଥିବା ସୂଚନା ମିଳିଛି।

ଜଣେ ବରିଷ୍ଠ ଶିକ୍ଷକଙ୍କ କହିବା ଅନୁସାରେ, ଉଭୟ ନବମ ଓ ଦଶମର ଦୁଇଟିଯାକ ବିଷୟରେ ନୂଆ ଅଧ୍ୟାୟ ଯୋଡ଼ା ଯାଇଛି। ସେହି ନୂଆ ଅଧ୍ୟାୟ ଯୋଡ଼ି ବୋର୍ଡ ପକ୍ଷରୁ ବହି ଛପା ହେବାକୁ ଦିଆଯାଇଛି। ଏଯାଏ ବୋର୍ଡ ପାଖକୁ ଏହି ୪ଟି ବହି ଆସି ନଥିବାରୁ ତାହା ବଜାରକୁ ବି ଯୋଗାଇ ଦିଆଯାଇ ପାରୁ ନାହିଁ। ଏହି ୪ଟି ବହି କେବେ ଆସିବ ତାହା ମଧ୍ୟ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇ ପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe