ୟୁ-ଟ୍ୟୁବ୍‌ରେ ‘ଦମନ’ର ହଲ ପ୍ରିଣ୍ଟ୍, ପ୍ରଯୋଜନା ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ

ଓଡ଼ିଆ ସିନେମାରେ ଯୋଡ଼ି ହେବ ନୂଆ ଫର୍ଦ୍ଦ: ଖୁବ୍‌ଶୀଘ୍ର ହିନ୍ଦୀ ଭାଷାରେ ‘ଦମନ’

ଭୁବନେଶ୍ବର : ଗତକାଲି ସିନେମା ହଲ୍‌ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହଲ୍-ପ୍ରିଣ୍ଟ୍ କେତେକ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ହେଉଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଯୋଜନା ସଂସ୍ଥା ଜେପି ମୋସନ୍ ପକ୍ଷରୁ ଭୁବନେଶ୍ବର ସାଇବର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପାଇବା ପରେ ଏସ୍‌ଆଇ ଜ୍ୟୋତି ପରିଡ଼ା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି, ଗତକାଲି ଏହି ଚଳଚ୍ଚିତ୍ରଟି ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ତେବେ ରିଲିଜ୍ ହେବାର କିଛି ସମୟ ପରେ ଏହାର ହଲ-ପ୍ରିଣ୍ଟ୍ କେତେକ ୟୁଟ୍ୟୁବ୍ ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ଯେଉଁମାନେ ଏଭଳି କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଶୀଘ୍ର ସେ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକୁ ବ୍ୟାନ୍‌ କରାଯାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe