ଆମ ବୁଣାକାରଙ୍କ ହାତରେ ଯାଦୁ ଅଛି: ମନ୍ତ୍ରୀ

ଆମ ବୁଣାକାରଙ୍କ ହାତରେ ଯାଦୁ ଅଛି: ମନ୍ତ୍ରୀ
ଖୋର୍ଦ୍ଧା: ଆମ ବୁଣାକାରଙ୍କ ହାତରେ ଯାଦୁ ଅଛି। ତାଙ୍କ ହାତ ତିଆରି ହସ୍ତତନ୍ତ କେବଳ ଭାରତବର୍ଷ ନୁହେଁ, ବିଶ୍ବରେ ବି ପ୍ରସିଦ୍ଧି ଆଣିଲାଣି। ତେଣୁ ଆମ ବୁଣାକାରଙ୍କ ଦାବିକୁ ପ୍ରାଧାନ୍ୟ ଦିଆଯିବ। ତାଙ୍କର ହକ୍‌ ତାଙ୍କୁ ଦିଆଯିବ। ଓଡ଼ିଶା ବୁଣାକାର ମହାସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଆୟୋଜିତ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଏହା କହିଛନ୍ତି।
ବୈଠକରେ କୋଠାବାଡି ଓ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀରାଣୀ ଗୁମାନସିଂହ, ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ନଗରପାଳ କନକଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବୁଣାକାରମାନଙ୍କ ସମସ୍ୟା ସମାଧାନ ଦିଗରେ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଦେଇଥିଲେ। ବୈଠକରେ ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରା, ଉପସଭାପତି ଶ୍ରୀକାନ୍ତ ନାୟକ ଯୋଗଦେଇ ଲଗାତାର ଦ୍ରବ୍ୟର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ହସ୍ତତନ୍ତ ବସ୍ତ୍ର ବ୍ୟବସାୟ କେମିତି ପ୍ରଭାବିତ ହେଉଛି ତା’ ଉପରେ ଆଲୋକପାତ କରିଥିଲେ। ବୈଠକରେ ସାଧାରଣ ସଂପାଦକ ବିଶ୍ବନାଥ ଦାସ, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ଦାସ, ରବୀନ୍ଦ୍ର ଦାସ, ଭାଗିରଥୀ ପାରିମାଣିକ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe