ଅନ୍‌ଲାଇନ୍‌ରେ ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

Advertisment
ଅନ୍‌ଲାଇନ୍‌ରେ ଘରେ ରହି ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ

ଭୁବନେଶ୍ୱର: ମହାମାରୀ କରୋନା କଟକଣା ସମୟରେ କଲେଜକୁ ଆସିବାକୁ ଦିବ୍ୟାଙ୍ଗ ଅଧ୍ୟାପକଙ୍କୁ କୌଣସି ଆବଶ୍ୟକତା ନାହିଁ। ଏଣିକି ଅନ୍‌ଲାଇନ୍‌ରେ ଘରେ ରହି ଦିବ୍ୟାଙ୍ଗ ଅଧ୍ୟାପକ ପାଠପଢ଼ାଇ ପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗର  ସଚିବ ଶାଶ୍ବତ ମିଶ୍ର ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରିଛନ୍ତି। ଏହି ଚିଠିରେ ସେ ଜଣାଇଛନ୍ତି କି, ଦୃଷ୍ଟିଶକ୍ତି ନ ଥିବା କିମ୍ବା ଦୃଷ୍ଟିଶକ୍ତି କମ୍ ଥିବା ଶିକ୍ଷକମାନେ କଲେଜକୁ ଆସିବାର ଅ‌ାବଶ୍ୟକତା ନାହିଁ। ସେମାନେ ଘରେ ରହି ଅନଲାଇନ୍ କ୍ଲାସ କରିବେ।ତେବେ କରୋନାସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଅଧ୍ୟାପକ ଘରେ ରହି ପାଠ ପଢ଼ାଇ ପାରିବେ।

publive-image

ଉଲ୍ଲେଖଯୋଗ୍ୟ, କରୋନା କଟକଣା ପାଇଁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି। ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କ ପାଇଁ ଅନ୍‌ଲାଇନ୍‌ ପାଠପଢ଼ା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଯାହାକି ଏପର୍ଯ୍ୟନ୍ତ ଜାରି ରହିଛି। ପିଲାମାନେ ବି ଘରେ ରହିବା ସହିତ ନିଜ ପାଠପଢ଼ା ପ୍ରତି ଯୋଡ଼ି ହୋଇ ରହି ପାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe