ବାପା, ଝିଅ ଓ ନାତିଙ୍କ ଝୁଲନ୍ତା ଶବ ଉଦ୍ଧାର: ଶବ ସହ ରହୁଥିଲେ ବୃଦ୍ଧା ମା’, ଦୁର୍ଗନ୍ଧ ଓ ମାଛି ଭଣଭଣ ହେବାରୁ ଜଣାପଡ଼ିଲା

Advertisment

ଦିନରେ ଶବ ସହ ରହୁଥିଲେ। ରାତିରେ ସେଇଠି ଶୋଉଥିଲେ ବୃଦ୍ଧା। ତିନି ଚାରି ଦିନ ଧରି ଏମିତି ଚାଲିଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଘଟଣା ପଦାକୁ ଆସିଲା। ଘର ଭିତରୁ ପରିବାରର ୩ ଜଣଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି।

ଦିନରେ ଶବ ସହ ରହୁଥିଲେ। ରାତିରେ ସେଇଠି ଶୋଉଥିଲେ ବୃଦ୍ଧା। ତିନି ଚାରି ଦିନ ଧରି ଏମିତି ଚାଲିଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଘଟଣା ପଦାକୁ ଆସିଲା। ଘର ଭିତରୁ ପରିବାରର ୩ ଜଣଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି।

ssfsfxxc

ଢେଙ୍କାନାଳ: ଦିନରେ ଶବ ସହ ରହୁଥିଲେ। ରାତିରେ ସେଇଠି ଶୋଉଥିଲେ ବୃଦ୍ଧା। ତିନି ଚାରି ଦିନ ଧରି ଏମିତି ଚାଲିଥିଲା। ଆଜି ଘର ଭିତରୁ ଦୁର୍ଗନ୍ଧ ଆସିବା ପରେ ଘଟଣା ପଦାକୁ ଆସିଲା। ଘର ଭିତରୁ ପରିବାରର ୩ ଜଣଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ଢେଙ୍କାନାଳ ସଦର ଥାନା ଖମାର ଗାଁରେ ଘଟିଥିବା ଏପରି ଲୋମଟାଙ୍କୁରା ସନ୍ଦେହଜନକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ମୃତକମାନେ ହେଲେ ଶଙ୍କର୍ଷଣ ଦାସ (୭୦), ଝିଅ ସୁବର୍ଣ୍ଣା ଦାସ (୪୫) ଓ ନାତି ସନ୍ତୋଷ ଦାସ (୧୮)। ବାସ୍ତବରେ ଏହା ଆତ୍ମହତ୍ୟା ନା ହତ୍ୟା ଜାଣିବାକୁ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। 

ଶଙ୍କର୍ଷଣ ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ। ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ। ଗାଁ ଘରେ ଶଙ୍କର୍ଷଣଙ୍କ ସହ ପତ୍ନୀ ପୁଷ୍ପାଞ୍ଜଳି, ବିବାହିତ ଝିଅ ସୁବର୍ଣ୍ଣା ଓ ତାଙ୍କ ପୁଅ ସନ୍ତୋଷ ରହୁଥିଲେ। ସେମାନଙ୍କ ପରିବାରକୁ କେହି ଆକ୍ରମଣ କରି ମାରିଦେବା ଆଶଙ୍କାରେ  ସବୁବେଳେ ଭୟଭୀତ ହୋଇ ଏକଘରିଆ ଭାବେ ରହୁଥିବା ଲୋକେ କହିଛନ୍ତି। ତେବେ ପୁଷ୍ପାଞ୍ଜଳି ଏହି ୩ ଜଣଙ୍କ ମୃତ୍ୟୁ ନେଇ ବାହାରେ କହୁଥିଲେ ମଧ୍ୟ ଲୋକେ ତାଙ୍କୁ ପାଗଳୀ ଭାବି ଏହାକୁ ଗୁରୁତ୍ବ ଦେଉ ନଥିଲେ। ତେଣୁ ସେ ସେହି ଘରେ ଶବମାନଙ୍କ ସହ ୩ ଦିନ ରହିଥିଲେ। ଏପରିକି ରାତିରେ ମଧ୍ୟ ଶବମାନଙ୍କ ସହ ଶୋଉଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।

ଆଜି ଘର ଭିତରୁ ଦୁର୍ଗନ୍ଧ ଆସିବା ଓ ମାଛି ଭଣଭଣ ହେବା ପରେ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଏନେଇ ଜଣେ କେହି ଗ୍ରାମ ସଭାପତିଙ୍କୁ ଜଣାଇବା ପରେ ସେ ପୁଲିସକୁ ଖବର ଦେଇଥିଲେ। ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ, ସଦର ଥାନା ଭାରପ୍ରାପ୍ତ ଅଧିକାରୀ ପିସି ରାଉତ ସଦଳବଳ ଘଟଣାସ୍ଥଳ‌ରେ ପହଞ୍ଚିଥିଲେ। ମା’, ପୁଅଙ୍କ ଶବ ଗୋଟିଏ ବଖରାରେ ଝୁଲୁଥିବା ବେଳେ ବୃଦ୍ଧ ଶଙ୍କର୍ଷଣଙ୍କ ମୃତଦେହ ଅନ୍ୟ ଏକ ବଖରାରେ ଝୁଲୁଥିବା ପୁଲିସ ଦେଖିବାକୁ ପାଇଥିଲା। କଟକରୁ ସାଇଣ୍ଟିଫିକ୍‌ ଦଳ ପହଞ୍ଚିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି କହିଛନ୍ତି, ପରିବାରର ୩ ଜଣ ଆତ୍ମହତ୍ୟା କରିଛନ୍ତି। ସେମାନେ ପାଗଳ ଭଳି ରହୁଥିବା ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ତେବେ ଏପରି ଘଟଣା କାହିଁକି ଘଟିଲା, ତାହାର ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe