ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର: ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର

Advertisment

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦୋଳି ଖେଳୁଥିବା ବେଳେ ଲୁଗାରେ ଗୁଡ଼େଇ ହୋଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ....

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦୋଳି ଖେଳୁଥିବା ବେଳେ ଲୁଗାରେ ଗୁଡ଼େଇ ହୋଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ....

ୟୁନିଟ୍‌-୮ ଡିଏଭି ମ୍ୟାନେଜମେଣ୍ଟ ସ୍କୁଲ ଛାତ୍ରୀ ମୃତ୍ୟୁ ମାମଲା: ୩୦୬ଧାରାରେ ପୁଲିସ ରୁଜୁ କଲା ମାମଲା

ଉଦଳା-୧: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦୋଳି ଖେଳୁଥିବା ବେଳେ ଲୁଗାରେ ଗୁଡ଼େଇ ହୋଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କହୁଥିବା ବେଳେ ଝିଅର ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ତାଙ୍କ ବାପା। ଥାନା‌ରେ ଅଭିଯୋଗ ପରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି।

କପ୍ତିପଦା ବ୍ଲକ୍‌ ପଦ୍ମପୋଖରୀ ପଞ୍ଚାୟତ ଘୋଡ଼ାଗାଧୁଆ ଅଞ୍ଚଳର ସୁଶାନ୍ତ ମଢ଼େଇଙ୍କ ଝିଅ କାନ୍ଦରୀ (୮) ବିଦ୍ୟାଳୟ ହଷ୍ଟେଲରେ ରହି ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲେ। ରବିବାର ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ହଷ୍ଟେଲ ପରିସରରେ ଲୁଗା ଶୁଖାଇବା ପାଇଁ ବନ୍ଧା ହୋଇଥିବା ଏକ ବାଉଁଶରେ କାନ୍ଦରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଜଣେ ଛାତ୍ରୀ ହଷ୍ଟେଲ ମାଟ୍ରନ୍‌ ଦୁଲାରୀ ହାଁସଦାଙ୍କୁ ଡାକ ପକାଇଥିଲେ। ଦୁଲାରୀ ଓ ପ୍ରଧାନଶିକ୍ଷକ ବୃନ୍ଦାବନ ପୃଷ୍ଟି ପହଞ୍ଚି ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। 

 ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର
ପ୍ରଧାନଶିକ୍ଷକ, ମାଟ୍ରନ୍‌ଙ୍କୁ ଗିରଫ ଦାବି
ଦୋଳିରେ ଛନ୍ଦି ହୋଇ ମୃତ୍ୟୁ: ମଙ୍ଗଳ ଅଧିକାରୀ

ମାଟ୍ରନ୍‌ ଓ ପ୍ରଧାନଶିକ୍ଷକଙ୍କୁ ଝିଅର ମୃତ୍ୟୁ ପାଇଁ ଦାୟୀ କରି ତୁରନ୍ତ ଗିରଫ କରିବାକୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କାନ୍ଦରୀଙ୍କ ବାପା ସୁଶାନ୍ତ। ପୁଲିସ ୧୪୦/୨୫ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପ୍ରଧାନଶିକ୍ଷକଙ୍କୁ ଥାନାରେ ଅଟକ ରଖିଛି। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ସ୍କୁଲ ପରିସରରେ ପହଞ୍ଚି ଛାନ୍‌ଭିନ୍‌ କରୁଛି।

୮ ବର୍ଷର ଛାତ୍ରୀ ଜଣକ ଆତ୍ମହତ୍ୟା କରିବାର ପ୍ରଶ୍ନ ଉଠୁନି। ଭୂମିରୁ ୩ ଫୁଟ ଉଚ୍ଚ ବାଉଁଶରେ ମୃତଦେହ ଝୁଲୁଥିବାରୁ ପୂରା ଘଟଣା ସନ୍ଦେହଘେରରେ ରହିଛି। ତେବେ ବାଉଁଶରେ ବନ୍ଧା ହୋଇଥିବା ଦୋଳିରେ ଖେଳୁଥିବା ବେଳେ ଛାତ୍ରୀଙ୍କ ବେକରେ ଲୁଗା ଗୁଡ଼ାଇ ହୋଇଯିବାରୁ ମୃତ୍ୟୁ ଘଟିଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ। ଉଦଳା ବିଡିଓ ସମରଜିତ କର, ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରି, ଉଦଳା ତହସିଲଦାର ସୁପ୍ରଭା ଦାସ ପ୍ରମୁଖ ଛାତ୍ରୀଙ୍କ ପରିବାର ବର୍ଗ ଓ ପୁଲିସ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe