ମାଙ୍କଡ଼ଙ୍କ ପାଇଁ ଝୁଲାପୋଲ

ମାଙ୍କଡ଼ଙ୍କ ପାଇଁ ଝୁଲାପୋଲ

କେନ୍ଦୁଝର : ମାଙ୍କଡଙ୍କ ପାଇଁ ଝୁଲାପୋଲ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେନ୍ଦୁଝର ସହର ଉପକଣ୍ଠ ଜୁଡ଼ିଆ ଘାଟିରେ ବନ ବିଭାଗ ପକ୍ଷରୁ ମାଙ୍କଡ଼ଙ୍କ ଯାତାୟାତ ପାଇଁ ଏଭଳି ଏକ ଝୁଲା ପୋଲ ତିଆରି କରାଯାଇଛି।

କେନ୍ଦୁଝର ସହର ନିକଟ ଜୁଡିଆ ଘାଟି ଅତିକ୍ରମ କରିଛି ୪୯ ନମ୍ବର ଜାତୀୟ ରାଜପଥ। ଜାତୀୟ ରାଜପଥରେ ଦୈନିକ ଶହ ଶହ ଟ୍ରକ୍‌ ଯାତାୟାତ କରୁଥିବାରୁ ମାଙ୍କଡ଼ମାନେ ଗୋଟିଏ ପାର୍ଶ୍ବରୁ ଆଉ ଗୋଟିଏ ପାର୍ଶ୍ବକୁ ଗଲା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ଜାତୀୟ ରାଜପଥ ୪୯ ର ଜୁଡ଼ିଆ ଘାଟି ସାନଘାଗରା ନିକଟରେ ବନ ବିଭାଗ ପକ୍ଷରୁ ମାଙ୍କଡ଼ଙ୍କ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଏହି ଚଲାପଥ ଦ୍ୱାରା ମାଙ୍କଡ଼ମାନେ ସୁବିଧାରେ ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ଯାଇପାରିବେ। ସିଦ୍ଧମଠ ଜଙ୍ଗଲରୁ ସାନଘାଗରା ଜଙ୍ଗଲ ଯାତାୟାତ ପାଇଁ ଝୁଲନ୍ତା ଚଲାପଥ ବେଶ୍‌ ସହାୟକ ହେବ।

ଗୁରୁବାର ଦିନ ଡିଏଫଓ ଏଚ୍‌ଡି ଧନରାଜ, ଏସିଏଫ ଘନଶ୍ୟାମ ମହାନ୍ତ, ଅଶୋକ କୁମାର ଦାସ, ରେଞ୍ଜର ମାନସ କୁମାର ମୁର୍ମୁ ଝୁଲନ୍ତା ଚଲାପଥ ସ୍ଥାନ ପରିଦର୍ଶନ କରିଥିଲେ ଝୁଲା ପୋଲକୁ ନିରୀକ୍ଷଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe