ବିଜେବି କଲେଜ ଲେଡିଜ ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଚୋରି ଅଭିଯୋଗରେ ମହିଳା ଗିରଫ

bhubaneswarcuttackpolice.gov.in

ଭୁବନେଶ୍ବର: ରାଜଧାନୀର ବିଜେବି କଲେଜ ଲେଡିଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀଙ୍କ ନାମ ରୁଚିକା ମହାନ୍ତି। ସେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି। ତେବେ ଆତ୍ମହତ୍ୟାର କାରଣ ଏଯାଏ ଜଣା ପଡ଼ିନାହିଁ। ଖବର ପାଇ ଘଟଣାସ୍ଥଳରେ ବଡଗଡ଼ ଥାନା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି।

ଏନେଇ ଲେଡିଜ ହଷ୍ଟେଲର ଅଧୀକ୍ଷକ ଡକ୍ଟର ଜ୍ୟୋତି ରଥ କହିଛନ୍ତି, ରୁଚିକା ଯୁକ୍ତ  ତିନି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ  ବିଜେବି କଲେଜ ଲେଡିଜ ହଷ୍ଟେଲରେ ରହିକି ପାଠ ପଢୁଥିଲେ। ରୁଚିକା ଆଜି କ୍ଳାସକୁ ଯାଇ ନଥିଲେ। ବହୁତ ସମୟ ଧରି କବାଟ ଖୋଲି ନଥିଲେ। କବାଟ ଭାଙ୍ଗିକି ପଶିକି ଦେଖିଲୁ କି ସେ ବେଡରେ ପଡ଼ିଛନ୍ତି। ମୃତ୍ୟୁର କାରଣ ଜାଣିନୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe