ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଆମ୍ବତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗାଁ ନିକଟସ୍ଥ ଆମ୍ବତୋଟାରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସେହି ଗାଁର ବେଣୁଧର ସାହୁଙ୍କ ସାନପୁଅ ସୋମନାଥ ସାହୁ।

ସୂଚନା ମୁତାବକ ଗତକାଲି ଗ୍ରାମର ଯାତ୍ରା ଥିବା ବେଳେ ସୋମନାଥ ଅପରାହ୍ଣରୁ ନିଖୋଜ ଥିଲେ। ଗତକାଲି ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ସୋମନାଥଙ୍କ ପତ୍ତା ପାଇ ନଥିଲେ। ଆଜି ସକାଳେ ଗାଁ  ନିକଟସ୍ଥ ଆମ୍ବତୋଟାରେ ଏକ ଆମ୍ବଗଛରେ ପାଖାପାଖି ୪୦ଫୁଟ ଉଚ୍ଚରେ ଏକ ଗାମୁଛାରେ ସୋମନାଥଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଲୋକେ ପୁଲିସକୁ ଖବର ଦେଇଥିଲେ। ଗଛ ତଳେ ତାଙ୍କ ମୋଟର ସାଇକେଲ ଥିବା ବେଳେ କିଛି ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ବାପା ଅଭିଯୋଗ ଆଣିଛନ୍ତି କି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ।

ଖବର ପାଇ ଘଟଣା ସ୍ଥଳରେ ପର୍ଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏହାପରେ  ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe