୨୮କୁ ଘୁଞ୍ଚିଲା ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି

Advertisment

ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲାରେ ଜାମିନ ଆବେଦନର ଶୁଣାଣି ପୁଣି ୨୮ ତାରିଖକୁ ଘୁଞ୍ଚିଛି। କମିସନରେଟ୍‌ ପୁଲିସ ଏହି ମାମଲାର ସବିଶେଷ କେସ୍‌ ଡାଏରି ଦାଖଲ କରିବାକୁ ପୁଣି ସମୟ ନେବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି।

ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲାରେ ଜାମିନ ଆବେଦନର ଶୁଣାଣି ପୁଣି ୨୮ ତାରିଖକୁ ଘୁଞ୍ଚିଛି। କମିସନରେଟ୍‌ ପୁଲିସ ଏହି ମାମଲାର ସବିଶେଷ କେସ୍‌ ଡାଏରି ଦାଖଲ କରିବାକୁ ପୁଣି ସମୟ ନେବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି।

Hansita-Anil case

Hansita-Anil case

ଭୁବନେଶ୍ବର: ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲାରେ ଜାମିନ ଆବେଦନର ଶୁଣାଣି ପୁଣି ୨୮ ତାରିଖକୁ ଘୁଞ୍ଚିଛି। କମିସନରେଟ୍‌ ପୁଲିସ ଏହି ମାମଲାର ସବିଶେଷ କେସ୍‌ ଡାଏରି ଦାଖଲ କରିବାକୁ ପୁଣି ସମୟ ନେବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଯୁବତୀ ଚାଲାଣ ମାମଲାକୁ ନେଇ ସେମାନଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ଅର୍ଥାତ୍‌ ବୁଧବାର ହେବ ବୋଲି ଧାର୍ଯ୍ୟ ହୋଇଛି। ଇନ୍‌ଫୋସିଟି ଥାନା ପକ୍ଷରୁ ୩ଟି ମାମଲା ରୁଜୁ ହୋଇଛି ଏବଂ ସେଥିରୁ ଦ୍ବିତୀୟ ମାମଲାଟି(ପାସ୍‌ପୋର୍ଟ ସଂକ୍ରାନ୍ତୀୟ) ହଂସିତାଙ୍କ ନାଁରେ ରୁଜୁ ହୋଇଛି। ଏହା ଭିତରେ ସେମାନଙ୍କ ବିରୋଧରେ ଆସିଛି ଯୁବତୀ ଚାଲାଣ ଭଳି ଅଭିଯୋଗ। କମିସନରେଟ୍‌ ପୁଲିସର ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ସେମାନଙ୍କ ମୋବାଇଲ୍‌ ଫୋନ୍‌ରୁ ଯୁବତୀ ଚାଲାଣର ସୁରାକ ପାଇଛି।

ବହୁ ନାମୀ ଏସ୍‌କର୍ଟ ଏଜେନ୍‌ସିରୁ ହଂସିତା କଲ୍‌ଗାର୍ଲ ଆଣି ସେମାନଙ୍କ ବେପାର ପାଇଁ ନିୟୋଜିତ କରୁଥିବା ସନ୍ଦେହ ହୋଇଛି। ଏମିତିକି ୨ଜଣ ନାମୀ ବ୍ୟବସାୟୀଙ୍କ ମୋବାଇଲ୍‌କୁ କଲ୍‌ଗାର୍ଲମାନଙ୍କ ଫଟୋ ହଂସିତା ଓ ଅନୀଲ୍‌ଙ୍କ ମୋବାଇଲ୍‌ରୁ ପଠାଯାଇଥିବା ଜଣାପଡ଼ିଛି। ତେଣୁ ଖୁବ୍‌ଶୀଘ୍ର ସେହି ବ୍ୟବସାୟୀଦ୍ବୟଙ୍କୁ ପୁଲିସ ଜେରା କରିବ ବୋଲି ପ୍ରସ୍ତୁତି ଆରମ୍ଭ କରି ସାରିଛି। ସେପଟେ ଆୟକର ବିଭାଗର ଖୋଳତାଡ଼ ବି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଜଣେ ନାମୀ ବ୍ୟବସାୟୀଙ୍କ ସୁପାରିସରେ ହଂସିକା କୋଟି କୋଟି ଟଙ୍କାର ସିଏସ୍‌ଆର୍‌ ଫଣ୍ଡ୍‌ ହାତେଇ ପାରିଥିଲେ। ହଂସିତାଙ୍କ ସହ ବ୍ୟବସାୟୀଙ୍କ ଲିଙ୍କ୍‌କୁ ନେଇ ଆୟକର ବିଭାଗ ତନାଘନା ଚଳାଇଛି। ଆୟକର ବିଭାଗ ପକ୍ଷରୁ ଉକ୍ତ ବ୍ୟବସାୟୀଙ୍କୁ ସମନ କରାଯାଇଥିବା ସୂଚନା ମିଲିଛି। ‌ତାଙ୍କୁ ଜେରା କରିବା ପରେ ଆୟକର ବିଭାଗ ଏହି ଠକ ଯୋଡ଼ିଙ୍କ କଳା କାରନାମାର ବହୁ ଗୁମର ଖୋଲିବ ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe