ସମ୍ବଲପୁରୀ ଭାଷାରେ ଅନୁବାଦିତ ହେଲା ହନୁମାନ ଚାଳିଷା

ସମ୍ବଲପୁରୀ ଭାଷାରେ ଅନୁବାଦିତ ହେଲା ହନୁମାନ ଚାଳିଷା

Wordzz

ବରଗଡ଼: ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ସମ୍ବଲପୁରୀ ଭାଷାରେ ହନୁମାନ ଚାଳିଶା ଅନୁବାଦିତ ହୋଇଛି। ଏହାକୁ ପ୍ରଚଳିତ ହନୁମାନ ଚାଳିଶା ସ୍ୱରରେ ଗାନ କରାଯାଇପାରିବ ବୋଲି ପଣ୍ଡିତ ଶ୍ରୀ ସାହୁ କହିଛନ୍ତି।

ସୋହେଲା ବ୍ଳକ ଡୁମେରପାଲି ନିବାସୀ ଅବସର ପ୍ରାପ୍ତ ସଂସ୍କୃତ ଅଧ୍ୟାପକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ପୂର୍ବରୁ ସମ୍ବଲପୁରୀ ଭାଷାରେ ଭାଗବତ, ମହାଭାରତ, ତପସ୍ୱିନୀ, ଶକୁନ୍ତଳା, ଜନ୍ମାଷ୍ଟମୀ, ଲକ୍ଷ୍ମୀପୁରାଣ, ଶନିମେଳା ଆଦି ଅନୁବାଦ କରିଛନ୍ତି। ନିକଟରେ ସେ ହିନ୍ଦୁ ସଂସ୍କୃତିର ପରମ ଆରାଧ୍ୟ ହନୁମାନଙ୍କ ହନୁମାନ ଚାଳିଶା ସମ୍ବଲପୁରୀ ଅନୁବାଦ କରିଥିବା ବେଳେ ଏହାକୁ ଶିଳ୍ପ ବିକାଶ ପ୍ରକାଶନ ଦ୍ୱାରା ପ୍ରକାଶିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe