ହନୁମାନ ଭକ୍ତଙ୍କ ଶୋଭାଯାତ୍ରାରେ ନେତା: ଖଣ୍ଡା ବୁଲାଇଲେ ପ୍ରଦୀପ ଓ ନୀହାର

Advertisment
ହନୁମାନ ଭକ୍ତଙ୍କ ଶୋଭାଯାତ୍ରାରେ ନେତା: ଖଣ୍ଡା ବୁଲାଇଲେ ପ୍ରଦୀପ ଓ ନୀହାର

ବରଗଡ଼: ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଏବେ ନିର୍ବାଚନୀ ବାତାବରରଣ ଉଷ୍ମ ହେବାରେ ଲାଗିଥିବା ବେଳେ ନିଜ ସମର୍ଥକମାନଙ୍କ ସହ ନେତାମାନେ ଆଜି ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ତେବେ, ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏବଂ ଅତାବିରା ବିଧାୟକ ପ୍ରାର୍ଥୀ ନୀହାର ମହାନନ୍ଦଙ୍କ ଖଣ୍ଡାବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁସ‌ାରେ, ପ୍ରଦୀପ ଓ ନୀହାର ଅତାବିରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଡ଼ଭଗାଠାରେ ବଜରଙ୍ଗଦଳ ଓ ରାମଭକ୍ତମାନଙ୍କ ତରଫରୁ ଆୟୋଜିତ ଶୋଭାଯାତ୍ରାରେ ସାମିଲ୍‌ ହୋଇ ଖଣ୍ଡା ବୁଲାଇଥିଲେ। ଶ୍ରୀ ପୁରୋହିତ ଖଣ୍ଡା ଚାଳନାକୁ ନେଇ କହିଥିଲେ, ଶକ୍ତି ଓ ସାମର୍ଥ୍ୟର ପ୍ରତୀକ ବୀର ହନୁମାନଙ୍କ ଆଜି ଜନ୍ମ ଦିବସ। ଏହି ଅବସରରେ ମୋତେ ଶକ୍ତି ଓ ସାମର୍ଥ୍ୟର ଆବଶ୍ୟକତା ଅନୁଭବ କଲି। ହିନ୍ଦୁ ପରମ୍ପରାରେ ମଧ୍ୟ ଗଦା, ଧନୁଶର, ଖଣ୍ଡା ଧରି ଶୋଭାଯାତ୍ରାରେ ହୁଏ ବୋଲି ପ୍ରତିକ୍ରିୟା ରଖିଥିଲେ। ଅନ୍ୟପକ୍ଷରେ, ବରଗଡ଼ ବ୍ଲକ୍‌ ଗୋବିନ୍ଦପୁରଠାରେ ପବିତ୍ର ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଗାଁର ଯୁବକମାନଙ୍କ ପକ୍ଷରୁ ଅନୁଷ୍ଠିତ ଶୋଭାଯାତ୍ରାରେ ବରଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ପତ୍ନୀ ମହାଶ୍ବେତା ଆଚାର୍ଯ୍ୟଙ୍କ ସହ ଯୋଗଦେଇଥିଲେ। ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ ନାଏକ, ନିତ୍ୟାନନ୍ଦ ନାଏକ, ଯୀଶୁ କ୍ରିଷ୍ଣା ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe