୫୦ କୋଣାର୍କ ଚକ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା

୫୦ କୋଣାର୍କ ଚକ୍ରରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଛା ଜଣାଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ଆଜି ପୁରୀ ବେଳାଭୂମିରେ ନିଆରା ବାଲୁକା କଳା କରିଛନ୍ତି। ଏହି ବାଲୁକା କଳାରେ ସେ ୫୦ଟି କୋଣାର୍କ ଚକ୍ର ରଖିଛନ୍ତି। ବିଶ୍ୱକର୍ମା ପୂଜାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପଡ଼ୁଥିବାରୁ ଶ୍ରୀ ପଟ୍ଟନାୟକ ପ୍ରଭୁ ବିଶ୍ୱକର୍ମାଙ୍କ ନିକଟରେ ତାଙ୍କର ଶୁଭ ମନାସିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ସେ ୬ ଫୁଟର ଏହି ବାଲୁକା କଳାରେ ୫ ଟନ ବାଲି ବ୍ୟବହାର କରିଛନ୍ତି। ଏହି ବାଲୁକା କଳାକୁ ପୂର୍ଣ୍ଣ ରୂପ ଦେବାକୁ ତାଙ୍କୁ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe