ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଜି ଛାତ୍ରୀଙ୍କୁ ଅସଦାଚରଣ!

Advertisment
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପିଜି ଛାତ୍ରୀଙ୍କୁ ଅସଦାଚରଣ!

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ଏକ କଳଙ୍କିତ ଘଟଣା ସାମନାକୁ ଆସିଛି। ବିଶ୍ୱବିଦ୍ୟାଳୟ ଗୃହ ବିଜ୍ଞାନ ଶେଷ ବର୍ଷର ଜଣେ ପିଜି ଛାତ୍ରୀଙ୍କୁ ଜଣେ ଠିକା ଅଣଶିକ୍ଷକ କର୍ମଚାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ବିଭାଗର ଗୋପନୀୟ-୩ ସେକ୍ସନ୍‍ରେ କାର୍ଯ୍ୟରତ ଯୁବ କର୍ମଚାରୀ ଜଣକ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ବିଭାଗରେ ଥିବାରୁ ଛାତ୍ରୀଙ୍କ ପରୀକ୍ଷା ଫଳାଫଳ ତାଙ୍କ ହାତରେ ଥିବା ଦର୍ଶାଇ ସେ ତାଙ୍କ ସହ ସଂପର୍କ ରଖିବାକୁ ବାରମ୍ବାର ବ୍ଲାକମେଲ୍‍ କରି ଆସୁଥିଲେ। ଘଟଣା ସଂପର୍କରେ ଛାତ୍ରୀ ଜଣକ ତାଙ୍କ ଜଣେ ସାଙ୍ଗର ବାପା ତଥା କଂଗ୍ରେସର ଜଣେ ପୂର୍ବ ମନ୍ତ୍ରୀଙ୍କୁ ଜଣାଇଥିଲେ। ଏହିି କଂଗ୍ରେସ ନେତା ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗ ମୁଖ୍ୟ ଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଘଟଣାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe