ଶ୍ରୀମନ୍ଦିରରେ ଯୁବତୀଙ୍କୁ ଅସଦାଚରଣ : ଥାନାରେ ଅଭିଯୁକ୍ତ ବାବାଜୀ ଅଟକ

Advertisment
ଶ୍ରୀମନ୍ଦିରରେ ଯୁବତୀଙ୍କୁ ଅସଦାଚରଣ : ଥାନାରେ ଅଭିଯୁକ୍ତ ବାବାଜୀ ଅଟକ

ପୁରୀ : ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଆନନ୍ଦ ବଜାରରେ ଅସଦାଚରଣ କରାଯାଇଛି। ଏ ନେଇ ସଂପୃକ୍ତ ଯୁବତୀ ସିଂହଦ୍ବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ବାବାଜୀଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ପଚରାଉଚରା ପରେ ପୁଲିସ ବାବାଜୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବତୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆନନ୍ଦ ବଜାରକୁ ଆସିଥିଲେ। ଏହି ସମୟରେ ଜଣେ ବାବାଜୀ ତାଙ୍କୁ ପିଛା କରିଥିଲେ। ଆନନ୍ଦ ବଜାରରେ ଭିଡ଼ର ସୁଯୋଗ ନେଇ ସେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଉକ୍ତ ବାବାଜୀଙ୍କୁ ଥାନାକୁ ଆଣିଥିଲା। ତେବେ କେସ୍‌ ହେଲେ ବାରମ୍ବାର ପୁରୀ ଆସିବାକୁ ପଡ଼ିବ ବୋଲି କୁହାଯିବା ସହ ଆପୋଷ ବୁଝାମଣା ପାଇଁ ଯୁବତୀ ଓ ତାଙ୍କ ପରିବାର ଉପରେ ପୁଲିସ ଚାପ ପକାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ ଉକ୍ତ ବାବାଜୀକୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe