ସଙ୍ଗରୋଧ କେନ୍ଦ୍ରରେ ଅସଦାଚରଣ ଅଭିଯୋଗ ଆଣିଲେ ଯୁବତୀ

Advertisment

ଈଶ୍ବରପୁର ସଙ୍ଗରୋଧ କେନ୍ଦ୍ରରୁ ଚୋରି

ଈଶ୍ବରପୁର ସଙ୍ଗରୋଧ କେନ୍ଦ୍ରରୁ ଚୋରି

ସଙ୍ଗରୋଧ କେନ୍ଦ୍ରରେ ଅସଦାଚରଣ ଅଭିଯୋଗ ଆଣିଲେ ଯୁବତୀ

The Daily Star

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସଙ୍ଗରୋଧ କେନ୍ଦ୍ରରେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ଅଟକ ଯୁବକଙ୍କ ଘର ଦାରିଙ୍ଗବାଡ଼ି ବ୍ଲକ୍‌ ହାତିମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ବୋଲି ସୂଚନା ମିଳିଛି।

ସୂଚନା ମୁତାବକ ଦାରିଙ୍ଗବାଡିସ୍ଥିତ ଡ. ବି.ଆର୍‌ ଆମ୍ବେଦକର କଲେଜରେ ଥିବା ଦୁଇଶହ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ରରେ ଜଣେ ଶିଶୁ ସମେତ ୨୯ ଜଣ ପ୍ରବାସୀ ରହୁଛନ୍ତି । ସେମାନଙ୍କ ମଧ୍ୟରେ ୯ ମହିଳା ଓ ୧୯ ପୁରୁଷ ପୃଥକ ଭାବେ ରହୁଥିଲେ। ସମସ୍ତେ ନିକଟରେ ତାମିଲନାଡୁ, ବେଙ୍ଗାଲୁରୁ ଓ ମହାରାଷ୍ଟ୍ରରୁ ଫେରିଥିଲେ । ତେବେ ରବିବାର ରାତି ପ୍ରାୟ ୨ଟା ବେଳେ ଏଠାରେ ରହିଥିବା ରାଇକିଆ ଥାନା ଅଞ୍ଚଳର ପୀଡ଼ିତା ଯୁବତୀ ଜଣକ ବାହାରକୁ ପରିସ୍ରା କରିବାକୁ ଉଠିଥିବା ସମୟରେ ଯୁବକ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ତେବେ ଯୁବତୀ ଜଣକ ପାଟି କରିବାରୁ ଯୁବକ ଜଣକ ସେଠାରୁ ପଳାଇଥିଲେ। ସକାଳୁ ପୀଡିତା ଯୁବତୀ ସରପଞ୍ଚଙ୍କୁ ଏ ନେଇ ଅବଗତ କରିବା ସହ ଥାନାରେ ଏତଲା ଦେଇଥିଲେ। ତେବେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ବର୍ତ୍ତମାନ ଯାଏ ମାମଲା ରୁଜୁ ହୋଇନଥିବା ଏବଂ ଏହାର ଅଧିକ ତଦନ୍ତ ଚାଲିଥିବା କହି ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି।

ଈଶ୍ବରପୁର ସଙ୍ଗରୋଧ କେନ୍ଦ୍ରରୁ ଚୋରି
ରାଜନଗର : ରାଜନଗର ବ୍ଲକ ଈଶ୍ବରପୁର ପଞ୍ଚାୟତ ଦିଘିସ୍ଥିତ ବୀଣାପାଣି ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ଗତ ୨୩ ତାରିଖ ରାତିରେ ଚୋରି ହୋଇଛି। ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ୨୩ ତାରିଖ ଦିନ ସକାଳେ ଘରକୁ ଫେରି ଯାଇଥିଲେ। ସେହିଦିନ ରାତିରେ କେହି ଅଫିସ କବାଟ ତାଡି ୩୨ ଇଞ୍ଚ୍‌ର ଏଲଇଡି ଟିଭି ଓ ସିସିଟିଭିର ହାର୍ଡଡିସ୍କ ଚୋରି କରି ନେଇଛନ୍ତି। ଏ ନେଇ ସରପଂଚ ପର୍ଶୁରାମ ବାରିକ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe