ଇତିହାସର ସାକ୍ଷୀ ଉପରେ ଶକ୍ତ ପ୍ରହାର

Advertisment

ଉଚ୍ଛେଦ ହେଲା ୧୨୬ ବର୍ଷର ଫାଟକ ଷ୍ଟେସନ, ୨୫୦ ବର୍ଷର ମଠ ମାଟିରେ ମିଶିଲା

ଉଚ୍ଛେଦ ହେଲା ୧୨୬ ବର୍ଷର ଫାଟକ ଷ୍ଟେସନ, ୨୫୦ ବର୍ଷର ମଠ ମାଟିରେ ମିଶିଲା

ଇତିହାସର ସାକ୍ଷୀ ଉପରେ ଶକ୍ତ ପ୍ରହାର

ସମ୍ବଲପୁର : ପରିଶେଷରେ ୧୨୬ ବର୍ଷର ଇତିହାସର ସାକ୍ଷୀ ଫାଟକ ରେଳଷ୍ଟେସନ(ସମ୍ବଲପୁର ରୋଡ଼) ଉଚ୍ଛେଦ ହୋଇଛି। ସମ୍ବଲପୁର-ତାଲଚେର ରେଳପଥର ସଂପ୍ରସାରଣ ପାଇଁ ଫାଟକ ଷ୍ଟେସନ ରେଳବାଇ ମାନଚିତ୍ରରୁ ବିଲୁପ୍ତ ହୋଇଯାଇଛି।

କିଛିବର୍ଷ ତଳେ ସମ୍ବଲପୁର-ତାଳଚେର ରେଳପଥ ସଂପ୍ରସାରଣ ନିମେନ୍ତ ଫାଟକ ଷ୍ଟେସନ ଉଚ୍ଛେଦ ପାଇଁ ​ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତୀବ୍ର ଜନଆନ୍ଦୋଳନ ଯୋଗୁ ରେଳବାଇ କର୍ତ୍ତୃପକ୍ଷ ସେତେବେଳେ ଏହି ପ୍ରସ୍ତାବକୁ ସ୍ଥଗିତ ରଖିଥିଲେ। ତେବେ, ୨୦୨୦-୨୧ ଆର୍ଥିକ ବର୍ଷରେ ପୁଣିଥରେ ସେହି ପୁରୁଣା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ରେଳପଥ ବିକାଶ ନିମନ୍ତେ ଫାଟକ ଷ୍ଟେସନର ଉଚ୍ଛେଦ ଅନିବାର୍ଯ୍ୟ ହୋଇପଡ଼ିଥିବା ରେଳବାଇ ପକ୍ଷରୁ କୁହାଯାଇଥିଲା। ରେଳବାଇ କତ୍ତୃର୍ପକ୍ଷ କିନ୍ତୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଏହି ଷ୍ଟେସନର ଉଚ୍ଛେଦ ନିମନ୍ତେ କାମ କରିଥିଲେ। କରୋନା ଆଳ ଦେଖାଇ ପ୍ରଥମେ ଏଠାରେ ଟ୍ରେନ୍‌ଗୁଡ଼ିକର ରହଣି ବନ୍ଦ ରଖାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କିଛି ମାସ ତଳେ ଟିକେଟ କାଉଣ୍ଟର ଉଠାଇ ନିଆଗଲା। ଆଉ, ସୋମବାର ଭୋର୍‌ରୁ ଉଚ୍ଛେଦ ଫାଟକ ଷ୍ଟେସନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଉଚ୍ଛେଦ କାମ ପାଇଁ ମେସିନ ସହିତ ବହୁ ସଂଖ୍ୟକ ଶ୍ରମିକ ନିୟୋଜିତ କରାଯାଇଥିଲା।

ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଫାଟକ ଠାରେ ଅଇଁଠାପାଲି-ଲକ୍ଷ୍ମୀଟିକଜ ଛକ ରାସ୍ତା ଅବରୋଧ କରିଥିଲେ। ପୁଲିସ ସେମାନଙ୍କୁ ବୁଝାସୁଝା କରି ହଟାଇବାରେ ସକ୍ଷମ ହୋଇଥିଲା। ତେବେ, ଆଜି ସନ୍ଧ୍ୟା ସୁଦ୍ଧା ଷ୍ଟେସନର ଅଧିକାଂଶ ଅଂଚଳ ଭଙ୍ଗା ଯାଇଥିବା ବେଳେ ଆସନ୍ତାକାଲି ପୁଣି ଏହି ଅଭିଯାନ ଜାରି ରହିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ୧୮୯୩ ମସିହାରେ ଝାରସୁଗଡ଼ା-ସମ୍ବଲପୁର ରେଳପଥ ନିର୍ମାଣ ପରେ ଫାଟକ ଠାରେ ଡାକ ନେବାପାଇଁ କିଛି ସମୟ ଟ୍ରେନ୍‌ ଅଟକୁଥିବା ବେଳେ ଏହାର ସୁଯୋଗ ନେଇ ଯାତ୍ରୀମାନେ ମଧ୍ୟ ଟ୍ରେନ୍‌ରେ ଚଢ଼ୁଥିଲେ। ପରବର୍ତ୍ତୀ ସମୟରେ ଏଠାରେ ଏକ ଟିକେଟ କାଉଣ୍ଟର ସ୍ଥାପନ କରାଯିବା ସହିତ ୧୮୯୬ ମସିହାରୁ ଫାଟକ ଷ୍ଟେସନ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ଏହାର ଐତିହାସିକ, ଅର୍ଥନୈତିକ, ସାମାଜିକ, ଅବସ୍ଥିତିଜନିତ ଏବଂ ଅନ୍ୟାନ୍ୟ ମହତ୍ତ୍ୱ ରହିଥିଲା। ସମ୍ବଲପୁରର ବିକାଶରେ ଏହି ଷ୍ଟେସନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

publive-image

୨୫୦ ବର୍ଷର ମଠ ମାଟିରେ ମିଶିଲା

ପୁରୀ : ଶ୍ରୀମନ୍ଦିର ସେବା ସହ ଜଡ଼ିତ ‘ସାନଛତା ମଠ’କୁ ମାଟିରେ ମିଶାଇ ଦିଆଯାଇଛି। ରାତି ଅଧରେ ଜେସିବି ଲଗାଇ ଏହି ମଠକୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ମଠ ମହନ୍ତଙ୍କ ସହ ଭକ୍ତ ମହଲରେ ବି ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ମଠ ସହ ମହାପ୍ରଭୁଙ୍କ ଦୋଳବେଦିକୁ ଲାଗି ରହିଥିବା ଡାକ୍ତରଖାନାକୁ ମଧ୍ୟ ଭାଙ୍ଗି ଦିଆଯାଇଛି।

ଶ୍ରୀମନ୍ଦିର ପୂର୍ବ-ପଶ୍ଚିମ ଦ୍ବାର ଦୋଳବେଦି କୋଣକୁ ଲାଗି ରହିଥିଲା ଏହି ମଠ। ରାମାନନ୍ଦୀ ସମ୍ପ୍ରଦାୟର ଏହି ମଠ ଆରମ୍ଭରୁ ମହାପ୍ରଭୁଙ୍କ ଚାମର ଓ ଆଲଟ ସେବା କରି ଆସୁଥିଲା। ସାନଛତା ମଠ ହେଉଛି ଏକମାତ୍ର ମଠ, ଯିଏ ଦୈନିକ ଠାକୁରଙ୍କୁ ଖେଚୁଡ଼ି ଓ ଦହି ପଖାଳ ଭୋଗ କରି ପ୍ରସାଦ ଆକାରରେ ଭକ୍ତ, ଦୁଃଖୀ ରଙ୍କିଙ୍କୁ ବାଣ୍ଟିଥାନ୍ତି। ପ୍ରତିବର୍ଷ ରଥଯାତ୍ରା ସହ ଅନ୍ୟ ଦିନରେ ଅଯୋଧ୍ୟା, ବୃନ୍ଦାବନ, କାଶୀ, ପ୍ରୟାଗ, ଚିତ୍ରକୋଟ, ବଦ୍ରିନାଥ, କେଦାରନାଥ, ହରିଦ୍ବାର, ଋଷିକେଶ, ବିହାର, ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରୁ ଶତାଧିକ ସାଧୁସନ୍ଥ ଏହି ମଠରେ ଅବସ୍ଥାନ୍ତ କରିଥାନ୍ତି। ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ଯେଯେଉଁ ମଠ ଭଙ୍ଗା ଯାଉଛି, ତାର ସମ୍ପୂର୍ଣ୍ଣ ଅସ୍ତିତ୍ବ ଲୋପ କରି ଦିଆଯିବନି। ମଠର ମୁଖ୍ୟ ମନ୍ଦିର, ମୂଳ ପୀଠ ସମ୍ପୂର୍ଣ୍ଣ ଅକ୍ଷତ ରହିବ। ଉଚ୍ଛେଦ ପରେ ମଠର ସୌନ୍ଦର୍ଯ୍ୟୀକରଣ କରାଯିବ। ମଠର ମନ୍ଦିର ଓ ମୂଳ ପୀଠ, ତଥା ଘରକୁ ନୂଆ ରୂପ ଦିଆଯିବ। ସମ୍ପୂର୍ଣ୍ଣ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଏହି ନିର୍ମାଣ କାର୍ଯ୍ୟ ହେବ। କିନ୍ତ ମଠ ଉଚ୍ଛେଦ ଶେଷ ହେବାର ଦୁଇବର୍ଷ ପରେ ସିଂହଦ୍ବାରରେ ଶ୍ରୀମନ୍ଦିର ଜୋତାଷ୍ଟାଣ୍ଡ୍‌କୁ ଲାଗି ରହିଥିବା ଏହି ମଠକୁ ବିଳମ୍ବିତ ରାତିରେ ଭାଙ୍ଗି ମାଟିରେ ମିଶାଇ ଦିଆଯିବା ପଛରେ କ’ଣ ରହସ୍ୟ ରହିଛି ବୋଲି ଗବେଷକମାନେ ପ୍ରଶ୍ନ କରିଛନ୍ତି।

ବରିଷ୍ଠ ଗବେଷକମାନଙ୍କ ମତରେ ରାମାନନ୍ଦୀ ସମ୍ପ୍ରଦାୟର ଅନ୍ୟତମ ପ୍ରସିଦ୍ଧ ମଠ ହେଉଛି ‘ସାନଛତା ମଠ’। ଦୋଳବେଦି କୁଞ୍ଜ ସମ୍ମୁଖରେ ଥିବା ଏହି ମଠ ୮୭ ଡିସିମିଲ୍‌ ଜାଗାରେ ଗଢ଼ି ଉଠିଥିଲା। ଅଢ଼େଇ ଶହ(୨୫୦)ରୁ ଅଧିକ ବର୍ଷ ପୁରୁଣା ଏହି ମଠର ପ୍ରତିଷ୍ଠାତା ହେଉଛନ୍ତି ସନ୍ଥ ରାମଦାସଜୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe