କନ୍ଧମାଳରେ ଛତିଶଗଡ଼ ହାର୍ଡକୋର୍‌ ମାଓବାଦୀର ଆତ୍ମସମର୍ପଣ

Advertisment

୨ ରାଜ୍ୟରେ ଅନେକ ମାଓ ହିଂସାକାଣ୍ଡରେ ସଂପୃକ୍ତ

୨ ରାଜ୍ୟରେ ଅନେକ ମାଓ ହିଂସାକାଣ୍ଡରେ ସଂପୃକ୍ତ

କନ୍ଧମାଳରେ ଛତିଶଗଡ଼ ହାର୍ଡକୋର୍‌ ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ : ଛତିଶଗଡ଼ର ହାର୍ଡ଼କୋର୍ ମାଓବାଦୀ ଅଶୋକ ପୁନେ (୨୯) କନ୍ଧମାଳ ଏସ୍‌.ପି.ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିବାପରେ ଏସ୍‌.ପି.ତାକୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।

ଅଶୋକର ନିଜ ଘର ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାର ବସାଗୁଡ଼ା ଥାନା ଅନ୍ତର୍ଗତ ମାଳିପଦା ଗ୍ରାମପଞ୍ଚାୟତର ଦଲା ଗ୍ରାମରେ। ତାର ବାପା ପାଣ୍ଡୁ ପୁନେ ଜଣେ ସାଧାରଣ ଚାଷୀ। ଅଶୋକ ଜଣେ ହାର୍ଡ଼କୋର୍ ମାଓବାଦୀ ଭାବେ ପରିଚିତ ଥିଲା ଏବଂ ସେ ଏରିଆ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା। ଓଡ଼ିଶା ଓ ଛତିଶଗଡ଼ର ଅନେକ ମାଓ ହିଂସାରେ ସେ ଜଡ଼ିତ ଥିବା ସହ କନ୍ଧମାଳରେ ମଧ୍ୟ ଅନେକ ହିଂସା ଘଟାଇଥିବା ଜଣାପଡ଼ିଛି। ‘ମାଓବାଦୀଙ୍କ ହିଂସାତ୍ମକ’ ପନ୍ଥା ପ୍ରତି ସେ ବିମୁଖ ହୋଇଯାଇଥିଲା। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ପ୍ରଭାବିତ ହୋଇ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ମନସ୍ଥ କରି ସେ ଆତ୍ମସମର୍ପଣ କରିଥିବା ଅଶୋକ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe