ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଓ୍ୱାଡାରୁ ହାର୍ଡକୋର ନକ୍ସଲ ଗିରଫ

Advertisment
ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଓ୍ୱାଡାରୁ ହାର୍ଡକୋର ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଓ୍ୱାଡା ପୁଲିସ ଆଜି ଜଣେ ହାର୍ଡକୋର ନକ୍ସଲକୁ ଗିରଫ କରିଛି। କଟେକଲ୍ୟାଣ ପୁଲିସ ଏବଂ ୧୯୫ ସିଆରପିଏଫ ବାଟାଲିୟନର ଯବାନ ପରଚେଲି ଜଂଗଲରେ କମ୍ବିଂ ଅପରେସନ ସମୟରେ ପରଚେଲି ଏରିଆ କମିଟି ଅଧ୍ୟକ୍ଷ ଓ ଜନତାନା ସରକାର ଅଧ୍ୟକ୍ଷ ବେଟ୍ଟୀ ହଡମାକୁ (୨୪) ହାବୁଡ଼ରେ ପଡ଼ିଥିଲା। କାବୁ କରିବା ପରେ ପୁଲିସ ପଚରା ଉଚୁରା ପାଇଁ ନେଇଛି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ପୁଲିସ ଆଶା କରୁଛି। ପ୍ରାଥମିକ ସୂଚନା ଅନୁଯାୟୀ, ଗିରଫ ବେଟ୍ଟୀ ହଡମା ନକ୍ସଲ ସଂଗଠନରେ ଜଡିତ ହେବା ପରେ ପରଚେଲି, ରାଉତପାରା, ବେଣ୍ଡିପାରା, କୋରପାଲ, ବୋରପଦର, କୁଲୁମପାର, ଜିକପାର, ମୁନଗା ଅଂଚଳରେ ସକ୍ରିୟ ଥିଲା। ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। କଟେକଲ୍ୟାଣ ଅଂଚଳର ମୁନଗା ଠାରେ ବେଟ୍ଟି ନିଜର ଅନ୍ୟ ସାଥୀଙ୍କ ସହ ମିଶି ପ୍ରେସର ବୋମା ଲଗାଇଥିଲା। କୁମ୍ବିଂ ସମୟରେ ସେ ପ୍ରେସର ବୋମାର ଶିକାର ହୋଇଥିଲେ ପୁଲିସ ଏବଂ ସିଆରପିଏଫ ଯବାନ। କୋରପାଲ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହାନକୁ ବେଟ୍ଟୀ ଏବଂ ଅନ୍ୟ ସାଥୀମାନେ ନିଆଁ ଲଗାଇ ପୋଡି ଦେଇଥିଲେ। ଏଥିସହ ରାସ୍ତା ଖୋଳିବା, ଲ୍ୟାଣ୍ଡମାଇନ ଖଂଜିବା, ପୁଲିସ ଉପରେ ଆକ୍ରମଣ କରିବା, ଗ୍ରାମବାସୀଙ୍କୁ ପ୍ରଜାକୋର୍ଟରେ ହାଜର କରାଇବା, ପୋଷ୍ଟର ମାରିବା ଇତ୍ୟାଦି କାମରେ ସେ ନିୟୋଜିତ ଥିଲା ବୋଲି ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe