ହାର୍ଡକୋର୍‌ ନକ୍ସଲ ବିଜୟ ପୁନେମର ଆତ୍ମସମର୍ପଣ

Advertisment

ହାର୍ଡକୋର୍‌ ନକ୍ସଲ ବିଜୟ ପୁନେମ ଓରଫ୍‌ ଅଜୟ ଆଜି ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ବିଜୟର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ବାଟିଗୁଡ଼େମ ଗ୍ରାମରେ ବୋଲି ଜଣାପଡିଛି।

ହାର୍ଡକୋର୍‌ ନକ୍ସଲ ବିଜୟ ପୁନେମ ଓରଫ୍‌ ଅଜୟ ଆଜି ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ବିଜୟର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ବାଟିଗୁଡ଼େମ ଗ୍ରାମରେ ବୋଲି ଜଣାପଡିଛି।

fsfxxcxc

ରାୟଗଡ଼ା: ହାର୍ଡକୋର୍‌ ନକ୍ସଲ ବିଜୟ ପୁନେମ ଓରଫ୍‌ ଅଜୟ ଆଜି ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ବିଜୟର ଘର ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ବାଟିଗୁଡ଼େମ ଗ୍ରାମରେ ବୋଲି ଜଣାପଡିଛି। ୨୦୦୯ ମସିହାରେ ସଂଗଠନରେ ସାମିଲ ହେବାପରେ ଅସ୍ତ୍ରଶସ୍ତ୍ର ଚଲାଇବା ତାଲିମ ନେଇଥିଲା। ୨୦୧୪ ମସିହାରେ ସଂଗଠନର ଏସିଏମ୍ ଭାବେ ଦାୟିତ୍ୱ ମିଳିଥିଲା। ୨୦୨୪ ମସିହାରେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର କ୍ୟାଡର୍‌ ଦାୟିତ୍ୱ ସଂଗଠନ ଦେଇଥିଲା।

ଛତିଶଗଡ଼, ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବହୁ ହିଂସାରେ ବିଜୟ ସିଧାସଳଖ ସଂପୃକ୍ତ ଥିଲା ବୋଲି ରାୟଗଡ଼ା ଏସ୍‌ପି ସ୍ବାଥୀ ଏସ୍ .କୁମାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜୟ ନାଁରେ ସରକାର ୪ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଆତ୍ମସମର୍ପଣ ପରେ ବିଜୟ ଗୋଟିଏ ୯ ଏମ୍‌ଏମ୍ ପିସ୍ତଲ, ୮ ରାଉଣ୍ଡ ଅଫୁଟା ଗୁଳି, ୱାକିଟକି ଓ ଘଣ୍ଟା ଆଦି ହସ୍ତାନ୍ତର କରିଛି। ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସହାୟତା ଦିଆଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସଂଗଠନର ଭୁଲ ଚିନ୍ତାଧାରା, ମୁଖିଆଙ୍କ ଦୁର୍ବ୍ୟବହାର, ଅଞ୍ଚଳରେ ଫୋର୍ସ ଦ୍ୱାରା ବାରମ୍ବାର କମ୍ବିଂ, ଓଡ଼ିଶାରେ ଭାଷାଗତ ସମସ୍ୟା ସମେତ ଆଦର୍ଶ ବିହୀନ ସଂଗଠନ ଯୋଗୁଁ ଆତ୍ମସମର୍ପଣ କରିଥିବା ବିଜୟ କହିଛି। ଆଗକୁ ନିଜ ପତ୍ନୀ ଓ ଅନେକ ସାଥୀ ଆତ୍ମସମର୍ପଣ କରିବେ ବୋଲି ମଧ୍ୟ ସୂଚନା ଦେଇଛି। ବିଜୟ ପୁନେମ ନକ୍ସଲଙ୍କ ତୁଙ୍ଗନେତା ମୋଡେମ ବାଲକ୍ରିଷ୍ଣାଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟ କରିଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe