କେନ୍ଦୁଝରର ହରିଚନ୍ଦନପୁରରେ ଏମିତି ଚାଲିଛି ପ୍ରଶାସନ : ବିଡିଓଙ୍କୁ ଅନ୍ଧାରରେ ରଖି ଟଙ୍କା ପୈଠ

Advertisment

ମନରେଗା ସହାୟକଙ୍କ ବିରୋଧରେ ଅଭିଯୋଗକୁ ଚାପିଦେଲେ

ମନରେଗା ସହାୟକଙ୍କ ବିରୋଧରେ ଅଭିଯୋଗକୁ ଚାପିଦେଲେ

ମାଳିଗାଁରେ ମନ୍‌‌ରେଗା ମହାଦୁର୍ନୀତି, ମଲାଲୋକ ନାଁରେ ଉଠିଛି ବିଲ୍‌

କେନ୍ଦୁଝର : କେନ୍ଦୁଝରର ହରିଚନ୍ଦନପୁର ବ୍ଲକ୍‌ରେ ପ୍ରଶାସନିକ ଅବ୍ୟବବସ୍ଥା ଏବେ ସାମ୍‌ନାକୁ ଆସିଛି। ବ୍ଲକ୍‌ର ବିଡିଓଙ୍କୁ ଅନ୍ଧାରରେ ରଖି ଜଣେ ସହାୟକ ମନରେଗା ହିତାଧିକାରୀଙ୍କୁ ଟଙ୍କା ପୈଠ କରିଦେଇଛନ୍ତି। ଏଥିନେଇ ଖୋଦ୍‌ ବିଡିଓ ଡିଆରଡିଏ ପିଡିଙ୍କୁ ୨୦ ଦିନ ତଳୁ ଚିଠି ଲେଖି ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ, ସହାୟକଙ୍କ ବିରୋଧରେ ଆସିଥିବା ରିପୋର୍ଟକୁ ଡିଆର୍‌ଡିଏରେ ଚାପି ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ହିତାଧିକାରୀଙ୍କୁ ଟଙ୍କା ପଇଠ ପାଇଁ ଏକ ଡଙ୍ଗଲ ବ୍ୟବହାର ହୋଇଥାଏ। ସେହି ଡଙ୍ଗଲ (ଇଣ୍ଟର୍‌ନେଟ୍‌ ସଂଯୋଗ ପାଇଁ ଉଦ୍ଦିଷ୍ଟ)କୁ କେବଳ ବିଡିଓ ଏବ˚ କମ୍ପ୍ୟୁଟର ପ୍ରୋଗ୍ରାମର ବ୍ୟବହାର କରିଥା’ନ୍ତି। କିନ୍ତୁ ହରିଚନ୍ଦନପୁର ବ୍ଲକ୍‌ ବିଡିଓଙ୍କ ଅଜାଣତରେ ମନରେଗା ଆସିଷ୍ଟାଣ୍ଟ ଅଶ୍ବିନୀ କୁମାର ସାହୁ ଡଙ୍ଗଲ ନେଇ ପାଖାପାଖି ୧ ଲକ୍ଷ ଟଙ୍କା ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଏହି ଟଙ୍କା ହିତାଧିକାରୀଙ୍କୁ ପୈଠ କରାଯାଇଥିବା ଜଣାପଡ଼ିଛି।

ଏହା ଜଣାପଡ଼ିବା ପରେ ବିଡିଓ ଏଥିନେଇ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରି ଗତ ଡିସେମ୍ବର ମାସ ୨୧ ତାରିଖରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ନ˚-୫୭୫୩ରେ ଲେଖି ଜଣାଇଥିଲେ। ତେବେ ଏଭଳି ଏକ ସ˚ଗିନ ଅଭିଯୋଗ ଉପରେ ଦୀର୍ଘ ୨୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସ˚ପୃକ୍ତ ମନରେଗା ସହାୟକ ଅଶ୍ବିନୀ କୁମାର ସାହୁ ବେଫିକର ଭାବେ ଏବେ ବି ବ୍ଲକରେ ନିୟମିତ କାର୍ଯ୍ୟ ଜାରି ରଖିଛନ୍ତି। ଏପଟେ ଡିଆରଡିଏକୁ ଆସିଥିବା ଚିଠି ଫାଇଲ ତଳେ ଚପି ଯାଇଛି।

ଏ ସ˚ପର୍କରେ ଆମେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ନୃସି˚ହ ଚରଣ ସ୍ବାଇଁଙ୍କ ପଚାରିଥିଲୁ। ସେ ଏ ସ˚ପର୍କରେ ଅବଗତ ନ ଥିବା କହିଥିଲେ। ତେବେ ଅନୁସନ୍ଧାନ କରି ତର୍ଜମା କରିବେ ବୋଲି କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ବିଡିଓଙ୍କ ଡଙ୍ଗଲ ନେଇ ଦେୟ ଦେବା ଭଳି ଦୁଃସାହସ କରିବା ଏବ˚ ତାଙ୍କ ବିରୋଧରେ ରିପୋର୍ଟ ହେବା ସତ୍ତ୍ବେ କାହିଁକି ଓ କେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ତାହା ଅନେକଙ୍କୁ ସନ୍ଦେହରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe