ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହରିଦାସପୁର-ପାରାଦୀପ ରେଳପଥ ଉଦ୍‌ଘାଟନ ହେଉ: ଧର୍ମେନ୍ଦ୍ର

Advertisment
ହରିଦାସପୁର-ପାରାଦୀପ ରେଳପଥରେ ପରୀକ୍ଷାମୂଳକ ମାଲବାହୀ ଟ୍ରେନ୍ ଚଳାଚଳ ନିମନ୍ତେ ପୂର୍ବତଟ ରେଳପଥର ନିବେଦନ

Twitter

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ
ତୁରନ୍ତ ଯାତ୍ରୀବା‌ହୀ ରେଳ ଚଳାଚଳ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ୮୨ କିମି ରେଳପଥ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିବାକୁ ମତ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏହା ସହ ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ତୁରନ୍ତ ଆରମ୍ଭ କରିବା ପାଇଁ ରେଳ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ଶ୍ରୀ ପ୍ରଧାନ। କେନ୍ଦ୍ରାପଡ଼ାରେ ରେଳ ଚଳାଚଳ ପାଇଁ ଜିଲ୍ଲାବାସୀଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କର ଏହି ସ୍ୱପ୍ନ ପୂରଣ ପାଇଁ ରେଳମନ୍ତ୍ରୀ ତ୍ୱରିତ ପଦକ୍ଷେପ ନେବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

publive-image zeebiz.com

ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବିଗତ ବର୍ଷଗୁଡ଼ିକରେ ଅନେକ ଜନପ୍ରତିନିଧି, ସାଂସଦ ଏହି ପ୍ରକଳ୍ପ ପାଇଁ ନିଜର ଆଗ୍ରହ ଦେଖାଇବା ସହ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ରେଳ ମନ୍ତ୍ରଣାଳୟକୁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେବା ପରେ ପୂର୍ବ ସରକାର ସମୟରେ ଥିବା ସମସ୍ତ ବାଧାବିଘ୍ନକୁ ଦୂର କରି ଏହାକୁ ସର୍ବାଧିକ ଗୁରୁତ୍ୱ ଦେଲେ। ପ୍ରଗତି ପ୍ରକଳ୍ପରେ ଏହାକୁ ସାମିଲ କରି ନିଜେ ପ୍ରକଳ୍ପ ଅଗ୍ରଗତିର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା କାରଣରୁ ପ୍ରକଳ୍ପର କାମ ତ୍ୱରାନ୍ୱିତ ହେଲା। ଏହା ବାଦ୍ ଦୀର୍ଘ ସମୟ ଧରି ପଡ଼ି ରହିଥିବା ଏହି ପ୍ରକଳ୍ପରେ ରେଳ ମନ୍ତ୍ରଣାଳୟ ସମେତ କେନ୍ଦ୍ର ରେଳ ମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିଥିବାରୁ ଶ୍ରୀ ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏହି ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ, ଆଇନ୍ ଶୃଙ୍ଖଳା ମାମଲାରେ ମଧ୍ୟ ଓଡ଼ିଶା ସରକାର ସହଯୋଗ କରିଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

publive-image

କେନ୍ଦ୍ର ମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ ୮୨ କିମିର ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବ। ଦୈତାରୀ-ବଂଶପାଣି ଖଣି ଅଞ୍ଚଳ ସହ ପାରାଦୀପର ଦୂରତ୍ୱକୁ ଏହି ରେଳପଥ ଅଧା କମାଇ ଦେବ। ପ୍ରମୁଖ ଖଣିଜ ଅଞ୍ଚଳ ଯାଜପୁର ଓ କେନ୍ଦୁଝର ସହ ଏହା ମୁଖ୍ୟ ସଂଯୋଗ ପଥ ହେବ। ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ଜଗତସିଂହପୁର-କେନ୍ଦ୍ରାପଡ଼ା-ଯାଜପୁର ଜିଲ୍ଲାବାସୀଙ୍କ କେବଳ ରେଳ ଲାଇନ ସ୍ୱପ୍ନ ପୂରଣ ପାଇଁ ବଡ଼ ଯୋଜନା ନ ଥିଲା ବରଂ ଏହି ଅଞ୍ଚଳର ଆର୍ଥିକ ପ୍ରଗତି ପାଇଁ ଏକ ଐତିହାସିକ ପଦକ୍ଷେପ ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ ସ୍ୱପ୍ନକୁ ସାକାର କରି ଡାଉନଷ୍ଟ୍ରିମ ଶିଳ୍ପ ମାଧ୍ୟମରେ ଓଡ଼ିଶା ଓ ପୂର୍ବ ଭାରତର ବିକାଶ ଦିଗରେ ବଡ଼ ସୁଯୋଗ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରାକୃତିକ ଗ୍ୟାସ ପାଇପଲାଇନ, ଇଣ୍ଡିଆନ ଅଏଲ୍‌ ବିଶୋଧନାଗାରର ସଂପ୍ରସାରଣ ଓ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ, ପାରାଦୀପ ପ୍ଲାଷ୍ଟିକ୍ ପାର୍କ ପରି ବିଭିନ୍ନ ପ୍ରକଳ୍ପ ସାହାଯ୍ୟରେ ପୂର୍ବ ଭାରତର ବ୍ଲୁ ଇକନୋମିର ପ୍ରାଣକେନ୍ଦ୍ର ହେବାକୁ ଯାଉଥିବା ବନ୍ଦର ସ୍ମାର୍ଟସିଟି ପାରାଦୀପକୁ ବିକଶିତ କରାଯାଉଛି। ଆଗାମୀ ବର୍ଷରେ ଉର୍ଜା ଓ ମାଲ ପରିବହନ କ୍ଷେତ୍ରରେ ଏହି ରେଳ ଲାଇନ ପାରାଦୀପ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ସହ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe