ହରିହର ମିଶ୍ର ପାଇଲେ ବିଷୁବ ସମ୍ମାନ

Advertisment
ହରିହର ମିଶ୍ର ପାଇଲେ ବିଷୁବ ସମ୍ମାନ

କଟକ : ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ୭୦ତମ ବିଷୁବ ମିଳନର ସମାବର୍ତ୍ତନ ଉତ୍ସବ ଆଜି ପୂର୍ବାହ୍ନରେ ବିଷୁବ ମଣ୍ଡପରେ ଉଦଯାପିତ ହୋଇଛି। ବିଶିଷ୍ଟ ସାହିତ୍ୟିକ ଡକ୍ଟର ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଶ୍ରୀମତୀ ବୈଦେହୀ ଜାନକୀ ଶ୍ରୀନିବାସ ମୂର୍ତ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ‘ଝଙ୍କାର’ର ମୁଖ୍ୟ ସମ୍ପାଦକ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ହରିହର ମିଶ୍ରଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବିଷୁବ ସମ୍ମାନ ପ୍ରଦାନ କରାଯାଇଥିଲା। ଉତ୍ସବରେ ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ପାଇଁ ପ୍ରଫେସର କୁମୁଦ ଚନ୍ଦ୍ର ଦାଶ, କବିତା ପାଇଁ କବି ପ୍ରସନ୍ନ କୁମାର ମହାନ୍ତି ଓ ଗଳ୍ପ ସାହିତ୍ୟ ପାଇଁ ଶ୍ୟାମାପ୍ରସାଦ ଚୌଧୁରୀଙ୍କୁ ଚଳିତବର୍ଷର ଝଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁବାଦ-ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ଭୂପେନ ମହାପାତ୍ରଙ୍କୁ ଝଙ୍କାର ଅନୁବାଦ-ଭାରତୀ, ଧନେଶ୍ୱର ସାହୁଙ୍କୁ ଝଙ୍କାର ଲଳିତ ନିବନ୍ଧ ପୁରସ୍କାର ପ୍ରଦାନ କରାଯାଇଥିଲା। ଜଷ୍ଟିସ୍ ହରିହର ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ଧନରାଶିରୁ ତାଙ୍କ ସ୍ମୃତିରେ ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କାର ବିଶିଷ୍ଟ ନାଟ୍ୟକାର ପ୍ରାଧ୍ୟାପକ ଦୁର୍ଗାପ୍ରସାଦ ଆଚାର୍ଯ୍ୟଙ୍କୁ ପ୍ରଦାନ କରାଯାଇଥିଲା। ସମାରୋହରେ ‘ଝଙ୍କାର’ର ଅନ୍ୟତମ ସମ୍ପାଦକ ତରୁଣ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବ‌େଳେ ସମ୍ପାଦକ ସରୋଜ ରଞ୍ଜନ ମହାନ୍ତି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ନବକଳିକା ଅନୁଷ୍ଠାନ ପକ୍ଷରୁ ଭାରତ ବନ୍ଦନା ଗାନ କରାଯାଇଥିଲା। ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe