ହରିଶ୍ଚନ୍ଦ୍ର ସହାୟତା ହଡ଼ପ ଘଟଣା: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

Advertisment
ହରିଶ୍ଚନ୍ଦ୍ର ରାଶି ଲୁଟ୍‌ ଘଟଣା: ୧୪ ଦିନ ଭିତରେ ବାପା, ପୁଅଙ୍କୁ ମାରିଦେଲେ!

ରାଜନଗର : ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡ଼ପ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍‌ କୁରୁଣ୍ଟି ପଞ୍ଚାୟତରେ ୧୧ ଜଣ ଲୋକଙ୍କୁ ବଞ୍ଚି ଥାଉଥାଉ ମାରି ଦିଆଯିବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ‘ସମ୍ବାଦ’ରେ ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ରାଜନଗର ବିଡିଓଙ୍କ ତଦନ୍ତ ରିପୋର୍ଟ ଉପରେ ଜିଲ୍ଲାପାଳ ଅମୃତ ଋତୁରାଜ କୁରୁଣ୍ଟି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଚନ୍ଦନ କୁମାର ଦାସଙ୍କୁ ନିଲମ୍ବିତ କରିଛନ୍ତି। ପିଇଓ ଶ୍ରୀ ଦାସଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକ୍‌ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯାଉଥିବାରୁ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରଶାସନକୁ କୁହାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଋତୁରାଜ ରାଜନଗର ବିଡିଓଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କରେ ବିଡିଓ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ୧୧ଜଣଙ୍କ ନାଁରେ ହରିଶ୍ଚନ୍ଦ୍ର ଅର୍ଥ ମଂଜୁର ହୋଇଥିବା ଅନ୍‌ଲାଇନ୍‌ରେ ରହିଛି। ଏହାର ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe